ଟିଟିଲାଗଡରେ କରୋନା ସନ୍ଦିଗ୍ଧଙ୍କୁ ନେଇ ଚର୍ଚ୍ଚା

ବଲାଙ୍ଗୀର ଅଫିସ/ଟିଟିଲାଗଡ,୧୪।୩ (ଡି.ଏନ୍‌.ଏ.): କାନାଡାରୁ ଟିଟିଲାଗଡ ଆସିଥିବା ଯୁବ ଇଞ୍ଜିନିୟର ଦମ୍ପତିଙ୍କୁ କରୋନା ସନ୍ଦେହରେ ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି। ଗତ ୧୦ ତାରିଖରେ ଟିଟିଲାଗଡର ମୂଳ ନିବାସୀ ତଥା କାନାଡାରେ ଚାକିରି କରୁଥିବା ଇଞ୍ଜିନିୟର ଦମ୍ପତି ନିଜର ଜଣେ କାକାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗଦେବା ପାଇଁ ଟିଟିଲାଗଡରେ ପହଞ୍ଚିଥିଲେ। ଗତ ୪ଦିନ ହେଲା ସେ ଟିଟିଲାଗଡରେ ତାଙ୍କ ଘରେ ରହିିଥିଲେ । ତେବେ କରୋନା ସଂକ୍ରମଣ ନେଇ କୌଣସି ଅଭିଯୋଗ ହୋଇ ନ ଥିଲା । ମାତ୍ର ବିଦେଶରୁ ଏହି ଦମ୍ପତି ଟିଟିଲାଗଡ ଆସିଥିବା ନେଇ ଚର୍ଚ୍ଚା ହେବାରୁ ପ୍ରଶାସନ ପକ୍ଷରୁ କାଉନସେଲିଂ କରାଯାଇ ଉଭୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଶୁକ୍ରବାର ଅପରାହ୍ଣରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା ।
ଏଠାରେ ସେ ସ୍ବତନ୍ତ୍ର ନିରୀକ୍ଷଣରେ ରହିବେ ବୋଲି ଡାକ୍ତର ଗିରିଜା ଶଙ୍କର ଉଦ୍‌ଗାତା ଗଣମାଧ୍ୟମକୁ କହିଛନ୍ତି ।

Share