ଟିଟିଲାଗଡ଼ରେ କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ

ଟିଟିଲାଗଡ଼, ୩୦।୫ (ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ କୋଭିଡ ଯୋଦ୍ଧା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସଙ୍କୁ ସମ୍ମାନ ନେଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଏଥିରେ ସାମିଲ ହୋଇଥିଲେ। ଉପଜିଲାପାଳ ସୁଧାକର ନାୟକ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ସୁଜାତାରାଣୀ ମିଶ୍ର, ତହସିଲଦାର ଆନନ୍ଦ ପଣ୍ଡା, ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ, ପୌରନିର୍ବାହୀ ଅଧିକାରୀ ନରେନ୍ଦ୍ର ପ୍ରଧାନ, ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଆରପିଏଫ ପୋଷ୍ଟ କମାଣ୍ଡର ଏମ.ଏସ. କୁମାୱତ, ଜିଆରପି ଅଧିକାରୀ ଅବନୀ ସାହୁ, ଅଗ୍ନିଶମ ଅଧିକାରୀ ସୌମ୍ୟରଞ୍ଜନ ସେଠୀ, କଣ୍ଠଶିଳ୍ପୀ ପଙ୍କଜ ଜାଳ ଏବଂ ତାଙ୍କ ଟିମ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Share