ଟିଟିଲାଗଡ଼ରେ ପହଞ୍ଚିଲା ପ୍ରବାସୀଙ୍କ ସ୍ପେଶାଲ ଟ୍ରେନ

\ଭୁବନେଶ୍ୱର,୧୧।୫(ବ୍ୟୁରୋ)-ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟଓ୍ବାଡାରୁ ୧୨୦୯ ଜଣ ପ୍ରବାସୀଙ୍କୁ ଧରି ଆସିଥିବା ଟ୍ରେନ ସୋମବାର ସାରେ ବଲାଙ୍ଗିର ଜିଲା ଟିଟିଲାଗଡ଼ ରେଳ ଷ୍ଟେଶନରେ ପହଞ୍ଚିଛି। ଟ୍ରନଟି ଷ୍ଟେଶନରେ ଅଟକିବା ପରେ ବଗିରୁ ନ ବାହାରିବା ପାଇଁ ମାକଇ ଯୋଗେ ଘୋଷଣା କରାଯାଇଥିଲା। ପରେ ପ୍ରବାସୀମାନେ ଧାଡ଼ିରେ ଆସି ହାତ ସାନିଟାଇଜ କରିବା ପରେ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏହାପରେ ସେମାନଙ୍କ ନାଁ ଓ ଗାଁ ପଞ୍ଜିକରଣ ପରେ ବସ ଯୋଗେ ନିଜି ନିଜ ଜିଲାକୁ ପଠାଇ ଦିଆଯାଇଛି।

Share