ଟିଟିଲାଗଡ଼ କୋଭିଡ କେୟାର ସେଣ୍ଟର ଉଦ୍‌ଘାଟିତ

ଟିଟିଲାଗଡ଼, ୧।୬ (ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ ମାତୃ ଓ ଶିଶୁ ଡାକ୍ତରଖାନା କୋଭିଡ କେୟାର ସେଣ୍ଟର ଭାବରେ କାର୍ଯ୍ୟ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କୋଭିଡ କେୟାର ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି। ୨୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ ସେଣ୍ଟରରେ ୪ ଡାକ୍ତର, ୪ ମହିଳା ସ୍ବାସ୍ଥ୍ୟକର୍ମୀ, ୩ ଫାର୍ମାଶିଷ୍ଟ, ୭ ଷ୍ଟାଫ ନର୍ସ ନିଯୁକ୍ତ ହୋଇଛନ୍ତି। କରୋନା ସନ୍ଦିଗ୍ଧଙ୍କୁ ଏଠାରେ ଭର୍ତ୍ତି କରାଯିବ। ସ୍ବାବ ପରୀକ୍ଷା ରିପୋର୍ଟରେ ପଜିଟିଭ ଚିହ୍ନିତ ହେଲେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡା. ସୁଜାତାରାଣୀ ମିଶ୍ର କହିଛନ୍ତି। ମନ୍ତ୍ରୀ ସମସ୍ତ ୱାର୍ଡ ବୁଲି ଦେଖିବା ସହ ଏଠାରେ ନିଯୁକ୍ତ କୋଭିଡ ଯୋଦ୍ଧା ଡା. ଦେବବ୍ରତ ସାହୁ, ଡା. ସୁନିତା ସାହୁ, ଡା. ସାୟନ୍ତିକା ବୋଷ, ଡା. ରବିନ୍ଦ୍ରନାଥ ରାୟ ପ୍ରମୁଖଙ୍କ ସହ ସେ ଆଲୋଚନା କରିଥିଲେ।