ଟିଟିଲାଗଡ଼ ଷ୍ଟେଶନରେ ପହଞ୍ଚିଲେ ୧୨୦୦ ମହାରାଷ୍ଟ୍ର ଫେରନ୍ତା

ଟିଟିଲାଗଡ଼,୧୦।୫: ବଲାଙ୍ଗୀରର ଟିଟିଲାଗଡ଼ ଷ୍ଟେଶନରେ ଓଡ଼ିଶାର ୧୨୦୦ ଶ୍ରମିକ ରବିବାର ପହଞ୍ଚିଛନ୍ତି। ସେମାନେ ମହାରାଷ୍ଟ୍ରରୁ ଫେରିଛନ୍ତି। ଶ୍ରମିକମାନେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବରଗଡ଼ ଆଦି ଜିଲାର ବୋଲି କୁହାଯାଉଛି। ଏଠାରେ ୫୦ଟି ବସ୍‌ ଯୋଗେ ସେମାନଙ୍କୁ ସ୍କ୍ରିନିଂ କେନ୍ଦ୍ରକୁ ନିଆଯାଇଛି। ସେଠାରେ ସ୍କ୍ରିନିଂ ପରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯିବ।

Share