Categories: ବାଣିଜ୍ୟ

ଟିଡିଏସ୍‌ ସାର୍ଟିଫିକେଟ ଫର୍ମାଟରେ ସଂଶୋଧନ

ନୂଆଦିଲ୍ଲୀ,୧୭-୪: ଆୟକର ବିଭାଗ ଟିଡିଏସ୍‌ ସାର୍ଟିଫିକେଟ ଅର୍ଥାତ୍‌ ଫର୍ମ ୧୬ରେ ସଂଶୋଧନ କରିଛି। ଏଥିରେ ଘରଭଡ଼ାରୁ ହେଉଥିବା ଆୟ ତଥା ଅନ୍ୟ ନିଯୁକ୍ତିଦାତାଙ୍କଠାରୁ ପ୍ରାପ୍ତ ଦରମା ସମେତ ବିଭିନ୍ନ କ୍ଷେତ୍ର ସମ୍ପର୍କରେ ତଥ୍ୟ ଦାଖଲ କରିବାକୁ ହେବ। ଏହାକୁ ଅଧିକ ବ୍ୟାପକ କରାଯିବା ଦ୍ୱାରା ଟିକସ ଫାଙ୍କିକୁ ସହଜରେ ରୋକି ହେବ। ଏଥିରେ ବିଭିନ୍ନ ଟିକସ ସଞ୍ଚୟକାରୀ ନିବେଶ ଯୋଜନା, ଉତ୍ପାଦ ସମ୍ପର୍କରେ ଟିଡିଏସ୍‌ କାଟିବା, କର୍ମଚାରୀ ଦ୍ୱାରା ପ୍ରାପ୍ତ ବିଭିନ୍ନ ଭତ୍ତା ସହିତ ଅନ୍ୟ ସ୍ରୋତରୁ ପ୍ରାପ୍ତ ଆୟ ସମ୍ପର୍କରେ ଭିନ୍ନ ଭିନ୍ନ ସୂଚନା ଦେବାକୁ ପଡିବ।  ସୂଚନାଥାଉ କି, ଫର୍ମ୧୬ ଏକ ସାର୍ଟିଫିକେଟ ଯାହାକୁ ନିଯୁକ୍ତିଦାତା ଜାରି କରିଥାନ୍ତି। ଏଥିରେ କର୍ମଚାରୀଙ୍କ ଟିଡିଏସ୍‌(ଟ୍ୟାକ୍ସ ଡିଡକ୍ଟେଟ ଆଟ୍‌ ସୋର୍ସ)ର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଥାଏ। ଏହାକୁ ଜୁନ ମଧ୍ୟଭାଗରେ ଜାରି କରାଯାଏ ଏବଂ ଏହାକୁ ଆୟକର ରିଟର୍ନ ଦାଖଲ ବେଳେ ବ୍ୟବହାର କରାଯାଇଥାଏ। ଆୟକର ବିଭାଗ ଦ୍ୱାରା ଅଧିସୂଚିତ ସଂଶୋଧିତ ଫର୍ମ ମେ ୧୨ରୁ କାର୍ଯ୍ୟକାରୀ ହେବ। ଆୟକର ବିଭାଗ ପୂର୍ବରୁ ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ଆୟକର ରିଟର୍ନ ଫର୍ମ ଜାରି କରିସାରିଛି।

Share