Categories: ଫୁରସତ

ଟିନି ଏୟାରଫ୍ରିଜ୍‌

ସ୍ବିଡେନ୍‌ର ଦୁଇ ଜଣ ଇଞ୍ଜିନିୟର ବିକାଶ କରିଥିବା ଏକ ଛୋଟ ଏୟାରଫ୍ରିଜ୍‌ ଆପଣଙ୍କୁ ଭୀଷଣ ଗରମରୁ ରକ୍ଷା କରିବ। ୨୦୧୯ରେ ବିକାଶ କରାଯାଇଥିବା ଅନେକ ଗେଜେଟ୍‌ ମଧ୍ୟରୁ ଏହାର ଚାହିଦା ଏବେ ଶିଖରରେ। ଏହି ପୋର୍ଟେବଲ ଏୟାର କୁଲିଂ ବକ୍ସ ପୂରା ହାଲ୍‌କା। ଏହା ଲଞ୍ଚବକ୍ସଠାରୁ ବି ବଡ଼ ନୁହେଁ। ସାଙ୍ଗରେ ନେଇ ଯୁଆଡେ ଚାହଁିବେ ଯାଇ ପାରିବେ। ପୂରା କମ୍‌ ବିଦ୍ୟୁତ ଏହା ପାଇଁ ଦରକାର। ଏହାକୁ ୟୁଏସବି ପୋର୍ଟରୁ ବି ସଂଯୋଗ କରାଗଲେ ଚାଲିବ। ସବୁଠୁ ଆଶ୍ଚର୍ଯ୍ୟର କଥା , ଏହା ଫୋନ୍‌ କିମ୍ବା ଲାପଟପ୍‌ ବ୍ୟାଟେରି,ପକେଟ୍‌ ସୋଲାର ପ୍ୟାନେଲ କିମ୍ବା ବ୍ୟାଟେରି ପ୍ୟାକ୍‌ ଦ୍ୱାରା ବି ଚାଲିପାରିବମ। ଏୟାରଫ୍ରିଜ୍‌ରେ ବିଦ୍ୟୁତ ସଂଯୋଗ କରିବାର କିଛି ସେକେଣ୍ଡ୍‌ ମଧ୍ୟରେ ଶୀତଳତା ଅନୁଭବ ହେବ। ଏହା ବିଶ୍ୱର ପ୍ରଥମ ପୋର୍ଟେବଲ୍‌ ଏସି ୟୁନିଟ୍‌। କେବଳ ଏତିକି ନୁହେଁ ଏୟାରଫ୍ରିଜ୍‌ ଘରୁ କ୍ଷତିକାରକ କଣିକା ଓ ଧୂଳିକୁ ବାହାର କରିଦିଏ। ଏୟାରଫ୍ରିଜର ଫିଲ୍‌ଟରକୁ ସହଜରେ ବାହାରକୁ ଆଣି ସଫା କରିହେବ । ଏହାକୁ ୬ ମାସରେ ବଦଳାଇପାରିବେ। ଏହାର ଦାମ୍‌ ରଖାଯାଇଛି ୧୦୦ ଡଲାର। ଏହା ମଧ୍ୟରେ ଥିବା ରିଜର୍ଭର୍‌ରେ ୦.୬ ଲିଟର ଥଣ୍ଡା ପାଣି ଭର୍ତ୍ତି କରିବାକୁ ପଡେ। ସେହି ପାଣିରେ ଅଳ୍ପ ସୁବାସିତ ଏସେନ୍‌ସିଆଲ ଅଏଲ୍‌ ମିଶାଇଲେ ତାହା ପରିବେଶକୁ ସୁଗନ୍ଧିତ କରିଦିଏ।

Share