ଟିପ୍ପର ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

ଟିପ୍ପର ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ
ଧର୍ମଶାଳା/ଜେନାପୁର,୧୩।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ତଳଗଡ ଗ୍ରାମ ବଳରାମପୁର ହାଇସ୍କୁଲ ନିକଟରେ ରବିବାର ଟିପ୍ପର ଧକ୍କାରେ ଜଣେ ବୃକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ ତଳଗଡ ଗ୍ରାମ ପଥୁରିଆ ସାହିର ପ୍ରଦୀପ ମଳିକ(୪୨)। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଦୀପଙ୍କୁ ଯୋଜନାବଦ୍ଧଭାବେ ଗାଡି ଚଢ଼ାଇ ହତ୍ୟା କରାଯାଇଥିବା ସ୍ତ୍ରୀ ପ୍ରମିଳା ମଲିକ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୁକ୍ତଙ୍କୁ ତୁରାନ୍ତ ଗିରଫ ଦାବିରେ ସୋମବାର ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର କନ୍ତପଡ଼ା ଛକ ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରାଯାଇଛି।