Categories: ଫୁରସତ

ଟିପ୍ସ: ସୁରକ୍ଷିତ ସୋଶିଆଲ ସାଇଟ୍‌ସ ପାଇଁ….

* ସର୍ବଦା ନିଜର ସୋଶିଆଲ ସାଇଟ୍ସ୍‌ ପାଇଁ ଷ୍ଟ୍ରଙ୍ଗ ପାସଓ୍ବାର୍ଡ ବ୍ୟବହାର କରନ୍ତୁ।
* ପାସଓ୍ବାର୍ଡ ପାଇଁ ନମ୍ବର, ଲେଟର, ସ୍ପେଶିଆଲ କ୍ୟାରେକ୍ଟର ଆଦିର ମିଶ୍ରଣକୁ ବ୍ୟବହାର କରନ୍ତୁ।
* ବିଭିନ୍ନ ସୋଶିଆଲ ସାଇଟ୍ସ୍‌ ପାଇଁ ଭିନ୍ନ ଭିନ୍ନ ପାସଓ୍ବାର୍ଡ ବ୍ୟବହାର କରନ୍ତୁ।
* ଯଦି ମୋବାଇଲ୍‌ରେ କୌଣସି ସୋଶିଆଲ ସାଇଟ୍ସ୍‌ ଆପ୍‌ ଇନ୍‌ଷ୍ଟଲ କରିଛନ୍ତି ତେବେ ମୋବାଇଲକୁ ପାସଓ୍ବାର୍ଡ ଦ୍ୱାରା ଲକ୍‌ କରି ରଖନ୍ତୁ।
* କୌଣସି ସୋଶିଆଲ ସାଇଟ୍ସ୍‌କୁ ବ୍ୟବହାର କରିସାରିବା ପରେ ଲଗ୍‌ ଆଉଟ କରନ୍ତୁ।
* କେବଳ ଜଣାଶୁଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ହିଁ ଆକ୍‌ସେପ୍ଟ କରନ୍ତୁ।
* ଅଜଣା ଫ୍ରେଣ୍ଡ ରିକ୍ୱେଷ୍ଟ ଆକ୍‌ସେପ୍ଟ କରିବା ପୂର୍ବରୁ ବ୍ୟକ୍ତିଙ୍କ ପ୍ରୋଫାଇଲ ଏବଂ ପୋଷ୍ଟକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ।
*ସୋଶିଆଲ ସାଇଟ୍ସରେ ଆସିଥିବା କୌଣସି ଅଜଣା ଲିଙ୍କ୍‌କୁ କ୍ଲିକ୍‌ କରନ୍ତୁ ନାହିଁ ଏହାଦ୍ୱାରା ପ୍ରୋଫାଇଲ ହ୍ୟାକ୍‌ ହେବାର ସମ୍ଭାବନା ଥାଏ।
*ନିଜର କୌଣସି ବ୍ୟକ୍ତିଗତ ସୂଚନା ବା ଡାଟା ସୋଶିଆଲ ସାଇଟ୍ସରେ ଶେୟାର କରନ୍ତୁ ନାହିଁ।
* ଅଜଣା ବ୍ୟକ୍ତିଙ୍କ ସହ ଭିଡିଓ ଚାର୍ଟ ବା ଭଏସ୍‌ ଚାର୍ଟ କରିବାଠାରୁ ନିବୃତ୍ତ ରୁହନ୍ତୁ।

Share