Categories: ବାଣିଜ୍ୟ

ଟିଭିଏସ୍‌ ଗ୍ରୁପ୍‌ କମ୍ପାନୀ ଦେଲା ୨୫ କୋଟି

ନୂଆଦିଲ୍ଲୀ,୩୧। ୩: କରୋନା ବିରୋଧୀ ଲଢେଇରେ ଟିଭିଏସ୍‌ ଗ୍ରୁପ୍‌ ସାମିଲ ହୋଇଛି। ଗ୍ରୁପ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି। କୋଭିଡ୍‌-୧୯ ବିରୋଧରେ ସମସ୍ତେ ଏକାଠି ହୋଇ ଲଢ଼ିବାର ସମୟ ଆସିଛି ବୋଲି ଟିଭିଏସ୍‌ ମୋଟର କମ୍ପାନୀର ଅଧ୍ୟକ୍ଷ ଭେନୁ ଶ୍ରୀନିବାସନ କହିଛନ୍ତି। ଏହାବାଦ୍‌ କମ୍ପାନୀର ସାମାଜିକ ସେବା ସଂସ୍ଥା ଶ୍ରୀନିଭାସନ ସର୍ଭିସ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। କମ୍ପାନୀ ଜରୁରୀ ସେବା ପ୍ରଦାନକାରୀଙ୍କ ଲାଗି ୧ ନିୟୁତ ସୁରକ୍ଷା ଫେସ୍‌ ମାସ୍କ ପ୍ରସ୍ତୁତ କରିବା ସହ ଯୋଗାଣ କରିଛି। ଜରୁରୀ ସେବା ଲାଗି କମ୍ପାନୀ ଏହାର ଯାନଗୁଡ଼ିକୁ ନିୟୋଜିତ କରିଛି। ଅସୁବିଧାରେ ଥିବା ଲୋକଙ୍କ ଲାଗି ପ୍ୟାକେଟଯୁକ୍ତ ଖାଦ୍ୟ ପ୍ରସ୍ତୁତି ଲାଗି କମ୍ପାନୀ ଏହାର ଫ୍ୟାକ୍ଟ୍ରି ରୋଷେଇଶାଳାରେ ସୁବିଧା ଯୋଗାଇ ଦେଇଛି। ହିମାଞ୍ଚଳ ପ୍ରଦେଶର ବଦିଠାରେ କମ୍ପାନୀ ଦିନମଜୁରିଆଙ୍କୁ କମ୍ପାନୀ ଖାଦ୍ୟ ଯୋଗାଇ ଦେଉଛି। ଏହାବାଦ ଅନ୍ୟ ଏକ କମ୍ପାନୀ ସହ ମିଳିତ ହୋଇ ଭେଣ୍ଟିଲେଟର ପ୍ରସ୍ତୁତ କରିବାକୁ ଟିଭିଏସ୍‌ ଯୋଜନା କରୁଥିବା କହିଛି।

Share