Categories: ଖେଳ

ଟିମ୍‌ ଇଣ୍ଡିଆ ଟ୍ରେନର ଦୌଡ଼ରେ ନିକ୍‌ ଓ୍ବେବ୍‌ ସର୍ବାଗ୍ରେ

ନୂଆଦିଲ୍ଳୀ,୧।୯(ପି.ଟି.): ଭାରତୀୟ କ୍ରିକେଟ ଦଳର କଣ୍ଡିସନିଙ୍ଗ୍‌ କୋଚ୍‌ ବା ଟ୍ରେନର ଦୌଡ଼ରେ ପୂର୍ବତନ ନ୍ୟୁଜିଲାଣ୍ଡ ରଗ୍‌ବୀ ଲିଗ୍‌ ଟ୍ରେନର ନିକ୍‌ ଓ୍ବେବ୍‌ ସାମିଲ ହୋଇଛନ୍ତି। ସେ ଏହି ଦୌଡ଼ରେ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି। ଓ୍ବେବ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ ଓ ଅକ୍‌ଲାଣ୍ଡ ପର୍ଯ୍ୟବେଶିତ ରଗ୍‌ବୀ ଲିଗ୍‌ ଦଳ ଓ୍ବାରିୟର ସହିତ କାର୍ଯ୍ୟ କରିଛନ୍ତି। ଏହି ପଦ ପାଇଁ ଘୋଷିତ ହୋଇ ୩ ଜଣିଆ ସଂକ୍ଷିପ୍ତ ତାଲିକାରେ ଓ୍ବେବ୍‌ ଶୀର୍ଷରେ ରହିଛନ୍ତି। ସେହିପରି ଲ୍ୟୁକ୍‌ ଉଡ୍‌ହାଉସ୍‌ ଓ ଭାରତର ଏସ୍‌. ରଜନୀକାନ୍ତ ତାଲିକାର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ରଜନୀକାନ୍ତଙ୍କୁ କେତେକ ଆଗଧାଡିର ଭାରତୀୟ ଖେଳାଳି ସମର୍ଥନ କରୁଥିଲେ ମଧ୍ୟ ସେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ହୋଇଥିବା ପ୍ରାକ୍ସିକାଲ ଆସେସମେଣ୍ଟ ବା ବ୍ୟବହାରିକ ମୂଲ୍ୟାଙ୍କନରେ ତୃତୀୟ ସ୍ଥାନରେ ରହିଥିଲେ। ଫଳରେ ସେ ଟ୍ରେନର ନିଯୁକ୍ତି ହେବାର ସମ୍ଭାବନା କମ୍‌ ରହିଛି। ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ନଯୁକ୍ତି ନେଇ ସବୁ ଔପଚାରିକତା ପୂରଣ କରିବେ। ଫଳରେ ଓ୍ବେବ୍‌ ନିଯୁକ୍ତ ହେବା ନେଇ ସ୍ପଷ୍ଟ କରାଯାଇନାହିଁ। ୩୨ ବର୍ଷୀୟ ଓ୍ବେବ ନ୍ୟୁଜିଲାଣ୍ଡ ପ୍ରଥମ ଶ୍ରେଣୀ କ୍ରିକେଟ ଦଳ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ସ ବା ଷ୍ଟାଗ୍ସ ସହ କାର୍ଯ୍ୟ କରିଥିଲେ। ନ୍ୟୁଜିଲାଣ୍ଡ ମହିଳା ଦଳ ‘ହ୍ବାଇଟ୍‌ ଫନର୍‌ସ’ ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି।

Share