ଟିମ୍‌ ‘ଗଲି ବୟ’ ପାଳନ କଲେ ଫିଲ୍ମର ପ୍ରଥମ ବାର୍ଷିକୀ

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’କୁ ଶୁକବ୍ରାର ବର୍ଷେ ପୁରିଛି। ଏହି ଅବସରରେ ଜେୟା ଅଖତର ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଶେୟାର କରି ‘ହାପି ବାର୍ଥ ଡେ’ ବୋଲି ଲେଖିଛନ୍ତି। ଏଥିପାଇଁ ସେ ସମସ୍ତ ଟିମ୍‌ ମେମ୍ବରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଫିଲ୍ମର ପ୍ରଯୋଜକ ଫରହାନ ଅଖତର ମଧ୍ୟ କିଛି ମେମୋରି ଶେୟାର କରିଛନ୍ତି। ଆଉ ଲେଖିଛନ୍ତି, ‘ଜବ୍‌ ମେ ଗୁଜରା ତେରି ଗଲି ମେ’। ଆଲିଆ ମଧ୍ୟ ପରଦା ପଛର କିଛି କଥା ଶେୟାର କରି ‘ଗଲି ବୟ’ର ବର୍ଷ ପୂର୍ତ୍ତି ପାଳନ କରିଥିବା ଦେଖାଯାଇଛି। ରଣବୀର ମଧ୍ୟ ଫିଲ୍ମର ଫଟୋ ଶେୟାର କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଏହି ଫିଲ୍ମ ଚଳିତଥର ୯୨ତମ ଓସ୍କାର ଦୌଡରେ ସାମିଲ ହୋଇଥିଲା।

Share