କରାଚୀ,୨୪।୧୦- ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଆବୁଧାବି ଟି୧୦ ଲିଗ୍ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦେଶର ଖେଳାଳିଙ୍କୁ ଏନ୍ଓସି ନ ଦେବାକୁ ନିଷ୍ପତ୍ତି ନେଇଛି। ଖେଳାଳିଙ୍କ କାମର ବୋଝ ହ୍ରାସ ଓ ଘରୋଇ ଟୁର୍ନାମେଣ୍ଟ କୁଇଦ ଇ ଆଜାମ ଟ୍ରଫିରେ ସେମାନଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବା ଲାଗି ପିସିବି ଏହି ନିଷ୍ପତ୍ତି ନେଇଛି। ଖେଳାଳିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓ ଘରୋଇ ଟୁର୍ନାମେଣ୍ଟର ସମ୍ମାନ ବଜାୟ ରଖିବା ପାଇଁ ଖେଳାଳିଙ୍କ ଏନ୍ଓସି ଖାରଜ କରିଦିଆଯାଇଛି। ପିସିବିର ଏହି ନିଷ୍ପତ୍ତି ଯୋଗୁ ଟି୧୦ ଲିଗ୍ ପ୍ରଭାବିତ ହେବ। ଏବେ ଲିଗ୍ରେ କେବଳ ଶାହିଦ ଆଫ୍ରିଦୀ ଓ ଇମ୍ରାନ ନାଜିର ହିଁ ଖେଳିପାରିବେ। କାରଣ ସେମାନେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି।