Categories: ଖେଳ

ଟି୨୦ ବିଶ୍ୱକପ୍‌ ଦଳରେ ଗୋଟିଏ ଦ୍ରୁତ ବୋଲିଂ ସ୍ଥାନ ଖାଲି ପଡ଼ିଛି: ବିରାଟ

ହାଇଦ୍ରାବାଦ୍‌, ୫।୧୨ (ପି.ଟି.)- ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣ ଖେଳାଯିବ। ଏହି ପ୍ରତିଯୋଗିତା ଲାଗି ଭାରତୀୟ ଦ୍ରୁତ ବୋଲିଂ ବିଭାଗରେ କେବଳ ଗୋଟିଏ ସ୍ଥାନ ଖାଲି ରହିଛି ବୋଲି ଅଧିନାୟକ ବିରାଟ କୋହଲି ଗୁରୁବାର କହିଛନ୍ତି। ଫଳରେ କୋହଲିଙ୍କ ଏହି ବକ୍ତବ୍ୟରୁ ଯଶପ୍ରୀତ୍‌ ବୁମ୍‌ରା, ଭୁବନେଶ୍ୱର କୁମାର ଓ ମହମ୍ମଦ ସାମିଙ୍କ ସ୍ଥାନ ସୁରକ୍ଷିତ ରହିଥିବା ଦର୍ଶାଉଛି। ‘କେବଳ ଗୋଟିଏ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱୀତା ହେବା ପ୍ରାୟ ନିଶ୍ଚିତ। ମୋତେ ଲାଗୁଛି ୩ଜଣ ସେମାନଙ୍କ ସ୍ଥାନ ସୁରକ୍ଷିତ କରିସାରିଛନ୍ତି। ଏହା ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ହେବ’ ବୋଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୋହଲି ଏହା କହିଛନ୍ତି।

Share