Categories: ଖେଳ

ଟି୨୦ ର଼୍ୟାଙ୍କିଙ୍ଗ୍‌; କୋହଲି ଖସିଲେ: ରାହୁଲ, ରୋହତ ସ୍ଥିର

ଦୁବାଇ, ୧୭।୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ ସୋମବାର ପ୍ରକାଶିତ ହୋଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦଶମ ସ୍ଥାନକୁ ଖସିଥିବାଛନ୍ତି। ତେବେ ତାରକା ଲୋକେଶ ରାହୁଲ ଓ ରୋହିତ ଶର୍ମା ଯଥାକ୍ରମେ ଦ୍ୱିତୀୟ ଓ ୧୧ତମ ସ୍ଥାନରେ ସ୍ଥିର ରହିଛନ୍ତି। ୬୭୩ ପଏଣ୍ଟ ହାସଲ କରି କୋହଲି ତଳକୁ ଖସିଥିବା ବେଳେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ୬୮୭ ପଏଣ୍ଟ ପାଇଁ ଉପରକୁ ଉଠି ନବମ ସ୍ଥାନ ଅଧିକାର କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଦୁଇଟି ଅର୍ଦ୍ଧଶତକ ସହ ମୋର୍ଗାନ ୧୩୬ ରନ ସଂଗ୍ରହ କରିଥିଲେ। ଏହି ସିରିଜରେ ଇଂଲଣ୍ଡ ୨-୧ରେ ବିଜୟୀ ହୋଇଥିଲା। ରୋହିତ ୬୬୨ ୧୧ତମ ସ୍ଥାନରେ ପୂର୍ବପରି ରହିଥିବା ବେଳେ ପାକିସ୍ତାନର ବାବର ଆଜମ ଶୀର୍ଷରେ ରହିଛନ୍ତି।
ବୋଲିଂ ତାଲିକାରେ ଭାରତୀୟ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଶେଲଡନ କଟ୍ରେଲ ଯୁଗ୍ମ ଭାବେ ଦ୍ୱାଦଶ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବାମହାତୀ ସ୍ପିନର ତାବ୍ରେଜ ଶାମ୍‌ସି ୯ଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନ ଅଧିକାର କରିବା ସହ ଟପ୍‌- ୧୦ରେ ସ୍ଥାନ ପାଇଛନ୍ତି। ଆଣ୍ଡିଲ ଫେଲୁକ୍ୱାୟୋଙ୍କୁ ହଟାଇ ଆଦିଲ ରସିଦ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଟମ୍‌ କୁରାନ ୨୮ଟି ସ୍ଥାନ ଉପରକୁ ଉଠି ଟପ୍‌ ୩୦ରେ ସ୍ଥାନ ପାଇଛନ୍ତି।
ବ୍ୟାଟିଂ ତାଲିକାରେ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡିକକ ୧୦ଟି ସ୍ଥାନ ଉପରକୁ ଉଠି ୧୬ତମ ସ୍ଥାନରେ ରହିଛନ୍ତି। ଦେହିପରି ଟେମ୍ବା ବଭୁମା ଲମ୍ବ ଡିଆଁ ମାରି ୫୨ତମ ସ୍ଥାନ ଅଧିକାର କରିଛନ୍ତି। ଇଂଲଣ୍ଡର ଜନି ବେୟାରଷ୍ଟୋ ଓ ଦକ୍ଷିଣ ଆଫ୍ରିକାର ରାସି ଭାନ ଡେର ଡୁସେନ ଯଥାକ୍ରମେ ୧୫ ଓ ୨୧ଟି ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୨୩ ଓ ୩୭ତମ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପଟେ ଡଓ୍ବେିଡ ମଲାନ ଗୋଟିଏ ସ୍ଥାନ ତାଳକୁ ଖସି ଷଷ୍ଠ ସ୍ଥାନରେ ରହି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। ବୋଲିଂ ତାଲିକାରେ ରସିଦ ଖାନ ଓ ଅଲରାଉଣ୍ଡର ତାଲିକାରେ ମହମ୍ମଦ ନବି ଶୀର୍ଷ ସ୍ଥାନରେ ରହିଛନ୍ତି।

Share