Categories: ଜାତୀୟ

ଟି.ଏନ୍‌. ଶେଷାନଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟି.ଏନ୍‌. ଶେଷାନଙ୍କ ରବିବାର ଚେନ୍ନାଇଠାରେ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ସମୟରେ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଶୋକପ୍ରକାଶ କରିଛନ୍ତି। ସେ ଟୁଇଟରେ ଲେଖିଛନ୍ତି, ଦେଶରେ ନିର୍ବାଚନ ସଂଶୋଧନ ପ୍ରକ୍ରିୟାରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ଏଥିସହ ଶେଷାନ ଗଣତନ୍ତ୍ରକୁ ମଜବୁତ କରିବା ସହ ନିରପେକ୍ଷ ନିର୍ବାଚନ ଯୋଗୁ ରାଜନୀତିକୁ ଏକ ଦିଗ ମିଳିଛି ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ, ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ଶେଷାନ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ସମ୍ଭାଳିଥିଲେ।

Share