ଟି-ଶାର୍ଟକୁ ନେଇ ଚର୍ଚ୍ଚାରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ବ୍ୟସ୍ତ ଷ୍ଟାର୍‌ ଭାବେ ସୁପର୍‌ଷ୍ଟାର୍‌ ଅକ୍ଷୟ କୁମାର ପରିଚିତ। ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ରିଲିଜ୍‌ ହେଉଥିବାବେଳେ ଏଥିପାଇଁ ସେ ଲଗାତର ଶୁଟିଂରେ ବ୍ୟସ୍ତ ମଧ୍ୟ ରୁହନ୍ତି। ଏକାସମୟରେ ସେ ୨-୩ଟି ଫିଲ୍ମ ଶୁଟିଂ କରିଥାନ୍ତି। ଏହି କାରଣରୁ ଅକ୍ଷୟ ହେଉଛନ୍ତି ବଲିଉଡ୍‌ର ଏକମାତ୍ର ଷ୍ଟାର୍‌, ଯାହାଙ୍କର ବର୍ଷରେ ୩-୪ ଫିଲ୍ମ ରିଲିଜ୍‌ ହୋଇଥାଏ। ନିକଟରେ ଅକ୍ଷୟଙ୍କ ଫିଲ୍ମ ‘ହାଉସ୍‌ଫୁଲ-୪’ ରିଲିଜ୍‌ ହୋଇସାରିଥିବାବେଳେ ଆଗକୁ ‘ଗୁଡ୍‌ ନ୍ୟୁଜ୍‌’ ରିଲିଜ୍‌ ହେବ। ଆସନ୍ତା ଡିସେମ୍ବରରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମ ପାଇଁ ଅକ୍ଷୟ କୁମାର ବେଶ୍‌ ଉତ୍ସାହିତ ଅଛନ୍ତି। ଫିଲ୍ମର ଟ୍ରେଲର ଦେଖିବା ପରେ ହୁଏତ ଅକ୍ଷୟଙ୍କଠାରୁ ମଧ୍ୟ ଅଧିକ ଉତ୍ସାହିତ ଅଛନ୍ତି ତାଙ୍କ ଫ୍ୟାନ୍‌ମାନେ। ଆଉ ଏଥିପାଇଁ ଫିଲ୍ମର ଟ୍ରେଲର୍‌ ଦେଖି ଫ୍ୟାନ୍‌ମାନେ ଅକ୍ଷୟଙ୍କୁ ନେଇ କିଛି ଏମିତି ବିଷୟ ନୋଟିସ୍‌ କଲେ, ଯାହାକୁ ନେଇ ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଅକ୍ଷୟଙ୍କ ଫିଲ୍ମ ‘ହାଉସ୍‌ଫୁଲ-୪’ ଏବଂ ‘ଗୁଡ୍‌ ନ୍ୟୁଜ୍‌’ ଭିତରେ ଫ୍ୟାନ୍‌ମାନେ କନେକ୍ସନ୍‌ ଖୋଜି ବାହାର କରିଛନ୍ତି।
ସୋସିଆଲ୍‌ ମିଡିଆରେ ଅକ୍ଷୟଙ୍କ ଏକ ଫଟୋ ଭାଇରାଲ୍‌ ହେଉଛି, ଯେଉଁଥିରେ ଅକ୍ଷୟ ଏକ ହୁଡି ଟି-ଶାର୍ଟ ପିନ୍ଧିିଥିବା ଦେଖିବାକୁ ମିଳିଛି। ତେବେ ସବୁଠାରୁ କୌତୁହଳ କଥା ହେଲା, ଏହି ହୁଡି ସେ ‘ଗୁଡ୍‌ ନ୍ୟୁଜ୍‌’ରେ ପିନ୍ଧିଛନ୍ତି ଆଉ ‘ହାଉସ୍‌ଫୁଲ-୪’ରେ ମଧ୍ୟ ପିନ୍ଧିଥିଲେ। ଏହାର ଅର୍ଥ ହେଲା, ଦୁଇଟିଯାକ ଫିଲ୍ମରେ ସେ ସମାନ ହୁଡି ପିନ୍ଧିଛନ୍ତି। ଅକ୍ଷୟ ଏତେ ବ୍ୟସ୍ତ ରୁହନ୍ତି ଯେ, ଲାଗୁଛି ଦୁଇଟି ଫିଲ୍ମର କିଛି ସିନ୍‌ ଗୋଟିଏ ଦିନରେ ହିଁ ଶୁଟ୍‌ କରିଥିବେ। ଏବେ ଅକ୍ଷୟ ଏହା ଜାଣିଶୁଣି କରିଛନ୍ତି ବା ଅଜାଣତରେ ସେ କଥା ତ ଜଣାନାହିଁ, କିନ୍ତୁ ଏହା ସତ ଯେ ତାଙ୍କ ଫ୍ୟାନ୍‌ମାନେ ଏହି ମଜାଦାର ବିଷୟକୁ ନୋଟିସ୍‌ କରିଛନ୍ତି ଆଉ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ମଧ୍ୟ କରୁଛନ୍ତି।
ଅନ୍ୟପକ୍ଷରେ ‘ଗୁଡ୍‌ ନୁ୍ୟୁଜ୍‌’ ବ୍ୟତୀତ ଅକ୍ଷୟ ‘ବଚ୍ଚନ ପାଣ୍ଡେ’, ‘ଲକ୍ଷ୍ମୀ ବମ୍ବ୍‌’, ‘ସୂର୍ୟବଂଶୀ’, ‘ବେଲ୍‌ ବଟମ୍‌’ ଏବଂ ‘ପୃଥ୍ବୀରାଜ୍‌’ ବାୟୋପିକ୍‌ ଫିଲ୍ମରେ ମଧ୍ୟ ନଜରକୁ ଆସିବେ। କେବଳ ‘ବେଲ୍‌ ବଟମ୍‌’ ଫିଲ୍ମ ଛଡ଼ା ବାକି ସବୁ ଫିଲ୍ମ ୨୦୨୦ରେ ହିଁ ରିଲିଜ୍‌ ହେବାକୁ ଘୋଷଣା କରାଯାଇଛି।

Share