Categories: ଖେଳ

ଟି-୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକାଠାରୁ ହାରିଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଫଳରେ ଭାରତକୁ ଏହି ଟୁର୍ନାମେଣ୍ଟରେ ପ୍ରଥମ ପରାଜୟ ଚାଖିବାକୁ ପଡିଛି। ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଅଧିନାୟକଙ୍କ ଏହି ନିଷ୍ପତ୍ତି ଠିକ ପ୍ରମାଣିତ ହୋଇ ନ ଥିଲା। ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ସୁର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଆଧାରରେ ୨୦ ଓଭରରେ ୯ ଉଇକେଟ ହରାଇ ୧୩୩ ରନ ସ୍କୋର କରିପାରିଥିଲା।
୧୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକାର ଦଳ ଭଲ ଆରମ୍ଭ କରିପାରି ନ ଥିଲା, କିନ୍ତୁ ଅଇଦାନ ମାର୍କ୍ରାମ ଏବଂ ଡେଭିଡ ମିଲର ଅର୍ଦ୍ଧଶତକ ହାସଲ କରି ଦଳକୁ ଜିତିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡେଭିଡ ମିଲର ୫୯ ରନ୍‌ରେ ଅପରାଜିତ ରହିଥିଲେ। ଭାରତ ପାଇଁ ଅର୍ଶଦୀପ ସିଂ ଦୁଇଟି ଉଇକେଟ ନେଇଥିଲେ।
ଆଜିର ବିଜୟ ସହ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନକୁ ଖସ ଆସିଛି।

Share