Categories: ଖେଳ

ଟି-୨୦ ବିଶ୍ୱକପ୍‌ ପରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଭାରତ

ନୂଆଦିଲ୍ଲୀ,୨୮।୬: ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଖେଳାଯିବ। ଏହାପରେ ଭାରତୀୟ ଦଳ ସୀମିତ ଓଭର କ୍ରିକେଟ ସିରଜ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଭାରତୀୟ ଦଳ ଏହି ଗସ୍ତରେ ଘରୋଇ ନ୍ୟୁଜିଲାଣ୍ଡ ସହ ପ୍ରଥମେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବ। ଏହା ପରେ ଉଭୟ ଦଳ ମଧ୍ୟରେ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍‌ ମଧ୍ୟ ଖେଳାଯିବ। ଏହି ସିରିଜ୍‌ ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ପରେ ଜାନୁୟାରୀରେ ନ୍ୟୁଜିଲାଣ୍ଡ ସୀମିତ ଓଭର ସିରିଜ୍‌ ପାଇଁ ଭାରତ ଆସିବ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।

Share