Categories: ଜାତୀୟ

ଟୁଇଟରରେ ଛାଇଲେ ମୋଦି: ବିଶ୍ୱର ଟପ୍‌ ୨ ଟ୍ରେଣ୍ଡିଂ ଟପିକ୍‌ରେ ମୋଦିଙ୍କ ଜନ୍ମଦିନ

ନୂଆଦିଲ୍ଲୀ,୧୭।୯: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୬୯ତମ ଜନ୍ମଦିନ ମଙ୍ଗଳବାର ପାଳନ କରୁଛନ୍ତି। ମୋଦିଙ୍କ ଜନ୍ମଦିନ ଅବସରରେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ଶୁଭେଚ୍ଛାର ସୂଅ ଛୁଟିଛି। ଏନେଇ ଟୁଇଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଥିଯୋଗୁ #HappyBdayPmModi ବିଶ୍ୱରେ ଟୁଇଟରରେ ଦ୍ୱିତୀୟ ନମ୍ବରର ଟ୍ରେଣ୍ଡିଂ ଟପିକ୍‌ ହୋଇଯାଇଛି। ସେହିପରି ବିଶ୍ୱର ଷଷ୍ଠ ସ୍ଥାନରେ ମଧ୍ୟ #happybirthdaynarendramodi ଟପିକ୍‌ ଟ୍ରେଣ୍ଡ କରୁଥିବା ଜଣାପଡ଼ିଛି।

ଅନ୍ୟପଟେ ଭାରତର ଟୁଇଟରରେ ଟପ୍‌ ୮ଟ୍ରେଣ୍ଡିଂ ଟପିକ୍‌ରୁ କେବଳ ୭ରେ ମୋଦିଙ୍କ ଜନ୍ମଦିନ ହିଁ ଦେଖିବାକୁ ମିଳିଛି। ଏବେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକ ଶୁଭେଚ୍ଛା ଜଣାଇ ସାରିଲେଣି।

Share