Categories: ଖେଳ

ଟୁଇଟରରେ ପୋଲାର୍ଡ ଅନ୍‌ଫଲୋ କରିବାରୁ ରାଗିଲେ ରୋହିତ

ନୂଆଦିଲ୍ଲୀ,୨୯।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଦଳ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଅଧିନାୟକ ରୋହିତ ଶର୍ମାଙ୍କୁ ଟୁଇଟରରେ ଅନ୍‌ଫଲୋ କରି ଚର୍ଚ୍ଚାକୁ ଆସିଥିଲେ ଓ୍ବେଷ୍ଟଇଣ୍ଡିଜ ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ କିରନ ପୋଲାର୍ଡ। ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ସିରିଜ୍‌ ପୂର୍ବରୁ ପୋଲାର୍ଡଙ୍କ କାର୍ଯ୍ୟ ରୋହିତଙ୍କୁ ରଗାଇ ଦେଇଛି। ପୋଲାର୍ଡ ଶୁକ୍ରବାର ରୋହିତଙ୍କୁ ଟ୍ୟାଗ କରି ଏକ ଭିଡିଓ ଟୁଇଟ୍‌ କରିଥିଲେ। ଉକ୍ତ ଭିଡିଓରେ ରାତି ୪ ଟା’ରେ ରୋହିତ ଶୋଇଥିବାବେଳେ ତାଙ୍କୁ ଫୋନ କରି ଉଠାଇ ଦିଆଯାଉଥିବା ଦେଖିବାକୁ ମିଳିଛି। ଏହାର କ୍ୟାପଶନରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ପାଇଁ ତୁମେ ପ୍ରସ୍ତୁତ କଲ ପାଇସାରିଛି ବୋଲି ଆଶା କରୁଛି ପୋଲାର୍ଡ ଲେଖିଛନ୍ତି। ଏହାର ଜବାବରେ ଭାରତୀୟ ଦଳର ଉପଅଧିନାୟକ ରୋହିତ ଟୁଇଟ୍‌ କରି ରାଗକୁ ଦର୍ଶାଉଥିବା ଇମୋଜି ସହ ପୋଲାର୍ଡଙ୍କ ନାମ ଲେଖିଛନ୍ତି। ଉଲ୍ଲେଖଥାଉ କି, ରେକର୍ଡ ୪ ଥର ଆଇପିଏଲ ଟ୍ରଫି ଜିତିଥିବା ଏମ୍‌ଆଇ ପାଇଁ ରୋହିତ ଓ ପୋଲାର୍ଡ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ଉଭୟ ଦୀର୍ଘ ଦିନର ବନ୍ଧୁ ମଧ୍ୟ।

Share