ଟୁଇଟର୍‌ରେ ଟ୍ରେଣ୍ଡ୍‌ କରୁଛି ‘ବୟକଟ୍‌ ଛପାକ୍‌’

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଜେଏନୟୁ କ୍ୟାମ୍ପସ ଗସ୍ତକୁ ନେଇ ରାଜନୀତି ଜୋର ଧରିଛି। ଦୀପିକାଙ୍କ ଏହି ଗସ୍ତ କିଛି ଲୋକଙ୍କୁ ପସନ୍ଦ ଆସିନାହିଁ। ସୋସିଆଲ୍‌ ମିଡିଆରେ ଦୀପିକାଙ୍କ ଆଗାମୀ ଫିଲ୍ମ ‘ଛପାକ୍‌’ ବୟକଟ୍‌ କରିବାକୁ ‘ବୟକଟ୍‌ ଛପାକ୍‌’ ନାମରେ ଏକ ଟ୍ରେଣ୍ଡ୍‌ ଆରମ୍ଭ ହୋଇଯାଇଛି। ଏନେଇ ଦୀପିକାଙ୍କ ପ୍ରତିକ୍ରିୟା ଆସିନାହିଁ।
ଜେଏନ୍‌ୟୁକୁ ଆକ୍ରମଣ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ଦୀପିକା ଅଚାନକ ଜେଏନ୍‌ୟୁରେ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ସମବେଦନା ସହ ସମର୍ଥନ ଜଣାଇଥିଲେ। ଛାତ୍ରୀଛାତ୍ରଙ୍କ ସହ ପ୍ରାୟ ୧୫ ମିନିଟ ସେ ଏକାଠି ଛିଡ଼ାହୋଇ ଆଲୋଚନା କରିଥିଲେ। ପରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ଏକ ସାଧାରଣ ସଭାରେ ଯୋଗଦେଇ ସେ ଚାଲିଯାଇଥିଲେ। ନିକଟରେ ଜେଏନ୍‌ୟୁ ଘଟଣାକୁ ନେଇ ଦୀପିକା କହିଥିଲେ ଯେ, ଆମେ ନ ଡ଼ରି ଦେଶ ହିତ କଥା ଭାବି ରାଜରାସ୍ତାକୁ ଆସି ପ୍ରତିକ୍ରିୟା ପ୍ରକାଶ କରିପାରୁଛୁ।

Share