ଟୁଇଟର୍‌ ଛାଡ଼ିଲେ ଦବଙ୍ଗ ଗର୍ଲ ସୋନାକ୍ଷୀ: ‘ଡିଆକ୍ଟିଭେଟ’ କଲେ ଆକାଉଣ୍ଟ

ବମ୍ବେ: ଟୁଇଟର୍‌ ଛାଡ଼ିଲେ ବଲିଉଡ୍‌ ଅଭିନେତ୍ରୀ ତଥା ଦବଙ୍ଗ ଗର୍ଲ ସୋନାକ୍ଷୀ ସିନ୍ହା। ନିଜର ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସେ ଏହାକୁ ସ୍ପଷ୍ଟ କରିଛନ୍ତି।

ନିଜର ମାନସିକ ସ୍ବାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ଏଥିପାଇଁ ନକରାତ୍ମକ ଚିନ୍ତାଧାରାରୁ ନିଜକୁ ଦୂରେଇବାକୁ ପଡ଼ିବ। ଦିନକୁ ଦିନ ଟୁଇଟରରେ ଏଭଳି ଚିନ୍ତାଧାରା ବଢ଼ୁଥିବାରୁ ସେ ବାଏ ବାଏ ବୋଲି କହିଛନ୍ତି। ଏପରିକି ସେ ନିଜର ଆକାଉଣ୍ଟକୁ ଡିଆକ୍ଟିଭେଟ ମଧ୍ୟ କରିଦେଇଛନ୍ତି।

Share