Categories: ଜାତୀୟ

ଟୁଇଟର ପ୍ରୋଫାଇଲରୁ ଭାଜପା ହଟାଇଲେ ଜ୍ୟୋତିରାଦିତ୍ୟ !

ଭୋପାଳ,୬।୬: କିଛି ମାସ ତଳେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଏବେ ପୁଣିଥରେ ରାଜନୀତି ହୋଇଛି ସରଗରମ। ଏବେ ସେ ତାଙ୍କ ଟୁଇଟର ଆକାଉଣ୍ଟରୁ ‘ଭାଜପା’ ହଟାଇ ଦେଇଥିବା କଥା ଆଲୋଚନା ହେଉଛି। ଆଉ ସେହି ସ୍ଥାନରେ ଜନତାଙ୍କ ସେବକ ଓ କ୍ରିକେଟ ପ୍ରେମୀ ଲେଖିଥିବା ଦେଖାଯାଇଛି। ତେବେ ଏହାକୁ ନେଇ କିଛି ଲୋକ କହୁଛନ୍ତି ସିନ୍ଧିଆ ପ୍ରଥମରୁ ତାଙ୍କ ପ୍ରୋଫାଇଲରେ ଭାଜପା ରଖି ନ ଥିଲେ। ହେଲେ ଆଉ କିଛି ଲୋକ କହୁଛନ୍ତି ପୁଣିଥରେ ଦଳ ବଦଳ କରିପାରନ୍ତି କି ସିନ୍ଧିଆ। ସୂଚନାଯୋଗ୍ୟ, ୧୮ ବର୍ଷ କଂଗ୍ରେସରେ ରହିବା ପରେ ସିନ୍ଧିଆ ହୋଲି ସମୟରେ ଭାଜପାରେ ଯୋଗ ଦେଇଥିଲେ। ତେଣୁ ଏବେ ଯାହା ଆଲୋଚନା ହେଉଛି ତାହା ସତ ହୋଇପାରେ ବୋଲି କେହି କେହି ମତ ଦେଉଛନ୍ତି।

Share