ଟୁଇଟ୍‌ ପରେ ପ୍ରବାସୀ ଶ୍ରମିକଙ୍କୁ ମିଳିଲା ଆଶ୍ରୟ

ବରଗଡ଼ ଅଫିସ,୬ା୫: ଝାଡ଼ଖଣ୍ଡରୁ ଅତାବିରାରେ ମଙ୍ଗଳବାର ପହଞ୍ଚିଥିବା ଏକ ପ୍ରବାସୀ ଶ୍ରମିକ ପରିବାର ଆଶ୍ରୟ ଟିକିଏ ପାଇଁ ବାରଓଳି ଶୁଣ୍ଢିପିଣ୍ଡା ହୋଇଥିଲେ। ସେମାନେ ପୂର୍ବରୁ ଏକ ଘରଭଡ଼ା ନେଇଥିଲେ ସୁଦ୍ଧା ଘରମାଲିକ ସେମାନଙ୍କୁ ରଖିବାକୁ ମନା କରି ଦେଇଥିଲେ। ସେହିପରି ସ୍ଥାନୀୟ ପୋଲିସ, ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ବେ ସେମାନଙ୍କୁ କିଛି ସୁଫଳ ମିଳି ନ ଥିଲା। ଫଳରେ ସେମାନେ ରାସ୍ତାପାର୍ଶ୍ୱରେ ଏବଂ ଏକ ମନ୍ଦିର ସମ୍ମୁଖରେ ଦୀର୍ଘ ସମୟ ଧରି ଖୋଲା ଆକାଶତଳେ ରହିଥିଲେ। ଏ ନେଇ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକ ବରଗଡ଼ ଜିଲାପାଳଙ୍କୁ ଫୋନ୍‌ କରି ଜଣାଇଥିଲେ । ତଥାପି କୌଣସି ସନ୍ତୋଷଜନକ ଉତ୍ତର ନ ପାଇ ଦୀପା ମୁଖ୍ୟମନ୍ତ୍ରୀ, ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ପ୍ରଦୀପ ଜେନା ପ୍ରମୁଖଙ୍କୁ ଟୁଇଟ୍‌ କରି ନିଜର କ୍ଷୋଭ ପ୍ରକାଶ ସହିତ ସମ୍ପୃକ୍ତ ପ୍ରବାସୀ ଶ୍ରମିକଙ୍କୁ ଆଶ୍ରୟ ଦେବାକୁ ନିବେଦନ କରିଥିଲେ। ଏହାପରେ ଏସ୍‌ଆରସି ତତ୍କାଳ ବରଗଡ଼ ଜିଲାପାଳଙ୍କୁ ସେହି ପ୍ରବାସୀ ଶ୍ରମିକଙ୍କୁ ଆଶ୍ରୟ ଦେବା ବ୍ୟବସ୍ଥା କରିବା ସହିତ ବୁଧବାର ସୁଦ୍ଧା ସେ ନେଇ ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସମ୍ପୃକ୍ତ ପ୍ରବାସୀ ଶ୍ରମିକଙ୍କୁ ଲାଦେରପାଲିର ଏକ ଘରେ ରାତାରାତି ଆଶ୍ରୟ ଦିଆଯାଇଥିଲା। ଏସ୍‌ଆରସିଙ୍କ ଏଭଳି ତ୍ୱରିତ୍‌ ପଦକ୍ଷେପ ଯୋଗୁ ମଙ୍ଗଳବାର ରାତ୍ରିରେ ହୋଇଥିବା ଝଡ଼ବର୍ଷା, ବଜ୍ରପାତରୁ ଏହି ପ୍ରବାସୀ ପରିବାର ରକ୍ଷା ପାଇଯାଇ ଥିବାବେଳେ ଏଥିପାଇଁ ସାମାଜିକ କର୍ମୀ ଦୀପା ଏସ୍‌ଆରସି ଜେନାଙ୍କୁ ଅନ୍ୟ ଏକ ଟୁଇଟ୍‌ରେ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ସ୍ବାମୀ ଫେରାର

ଦିଗପହଣ୍ଡି,୧୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନରସିଂହପୁର ଗ୍ରାମର ଏସ୍‌. ବେଦମତୀ ଦୋରାଙ୍କୁ ତାଙ୍କ ସ୍ବାମୀ ଏସ୍‌.ଦୀନବନ୍ଧୁ ଦୋରା ନିସ୍ତୁକ ମାଡ଼...

କେନାଲରେ ବୁଡ଼ି ଗଲେ ୩ ନାବାଳକ

ବାରିପଦା,୧୯।୧୦: ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନୂଆଗାଁରେ ଶନିବାର ଏକ ଅଘଟଣ ଘଟିଛି। ସୁବର୍ଣ୍ଣରେଖା କେନାଲରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ...

OAS ପରୀକ୍ଷାରେ ବାଜି ମାରିଲେ କର୍ଲାମୁଣ୍ଡା ବିଇଓ, ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୯ା୧୦: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ(ବିଇଓ) ସୁଶ୍ରୀ ବିଜୟଲକ୍ଷ୍ମୀ ନାଗ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri