ଟୁଇନ୍‌ସିଟିରେ ଗଡ଼ିଲା ବସ୍‌: ୩୦ ଟଙ୍କା ଭଡ଼ାଦେଇ ରାଜଧାନୀକୁ ଆସିଲେ ୨୦ ସରକାରୀ କର୍ମଚାରୀ

ଭୁବନେଶ୍ୱର/କଟକ ଅଫିସ, ୧୩।୫(ବ୍ୟୁରୋ): କଟକରୁ ଭୁବନେଶରକୁ ଗଡିଲା ସରକାରୀ ବସ୍‌ । ବୁଧବାର ୨୦ଜଣ ସରକାରୀ କର୍ମଚାରୀଙ୍କୁ ନେଇ ଗୋଟିଏ ବସ୍‌ କଟକରୁ ଭୁବନେଶର ଯାତ୍ରାକରିଛି । ବସ୍‌ଟି ସିଡିଏ ସେକ୍ଟର-୯ ଛକରୁ ବାହାରି ସତୀଚୌରା, ବାଦାମବାଡ଼ି ଦେଇ ଯାତ୍ରାକରିଛି। ଏହି ବସ୍‌ଟି ଆଚାର୍ୟ୍ୟ ବିହାର, ଏଜି ଛକ ଦେଇ ୯ ତାଲାରେ ଲାଗିବ। ବସ୍‌କୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଥିବା ବେଳେ ବସ୍‌ରେ ବସିଥିବା ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଛନ୍ତି ।
ବସ୍‌ଟି କେବଳ ଅଫିସ ଟାଇମରେ କଟକରୁ ଭୁବନେଶର ମଧ୍ୟରେ ଯିବା ଆସିବା କରିବ। ବସ୍‌ର ଭଡା ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ବସ୍‌ ମାଧ୍ୟମରେ ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟାଳୟକୁ ଯାଇପାରିବେ। ଟୁଇନ୍‌ ସିଟି ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ବସ୍‌ ଚାଲିବ ବୋଲି ମଙ୍ଗଳବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଥିଲେ ।

Share