ଟୁଥ୍‌ପେଷ୍ଟରେ ଥିବା ଲେବଲ୍‌ର ରଙ୍ଗ କ’ଣ ସୂଚନା ଦିଏ

ଟୁଥପେଷ୍ଟ ଆମ ନିତିଦିନିଆ ଜୀବନର ଏକ ନିହାତି ଦରକାରୀ ଜିନିଷ। ରାତି ପାହିଲେ ପିଲାଠାରୁ ବୟସ୍କ ସମସ୍ତେ ଏହାକୁ ଖୋଜି ବସନ୍ତି। ହେଲେ ଏଥିରେ ଥିବା ଲେବଲ୍‌ର ରଙ୍ଗକୁ ନ ଦେଖି ଯଦି ଟୁଥପେଷ୍ଟ ବ୍ୟବହାର କରାଯାଏ ତେବେ ଏହା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ।
କଳାରଙ୍ଗ: ଯେଉଁ ଟୁଥ୍‌ପେଷ୍ଟ ପଛରେ କଳା ରଙ୍ଗର ଲେବଲ୍‌ ରହିଛି ସେଭଳି ଟୁଥବେଷ୍ଟ ଆଦୌ ବ୍ୟବହାର ଉପଯୋଗୀ ନୁହେଁ। କାରଣ ଏଥିରେ ବହୁ ପରିମାଣରେ ରାସାୟନିକ ପଦାର୍ଥର ବ୍ୟବହାର କରାଯାଇଥାଏ। ତେଣୁ ଏହା ଶରୀର ପାଇଁ କ୍ଷତିକାରକ।
ଲାଲ ରଙ୍ଗ: ଏହି ରଙ୍ଗର ଲେବଲ୍‌ ଥିବା ଟୁଥପେଷ୍ଟରେ କମ୍‌ ପରିମାଣରେ ରାସାୟନିକ ବ୍ୟବହାର କରାଯାଇଥାଏ। ହେଲେ ବି ଏହା ଶରୀର ପାଇଁ କ୍ଷତିକାରକ।
ନୀଳ ରଙ୍ଗ: ଯେଉଁ ଟୁଥ୍‌ପେଷ୍ଟ ପଛରେ ନୀଳ ରଙ୍ଗର ଲେବଲ୍‌ ଥିବ ତାହା ଶରୀର ପାଇଁ ଭଲ। କାରଣ ଏଥିରେ ପ୍ରାକୃତିକ ପଦାର୍ଥ ସହ କିଛି ଔଷଧ ବ୍ୟବହାର କରାଯାଇଥାଏ। ତେଣୁ ଏହାଦ୍ୱାରା ଶରୀରରେ କୌଣସି କୁପ୍ରଭାବ ପଡି ନ ଥାଏ।
ସବୁଜ ରଙ୍ଗ: ଘରେ ସର୍ବଦା ସବୁଜ ରଙ୍ଗ ଥିବା ଟୁଥ୍‌ପେଷ୍ଟ ବ୍ୟବହାର କରିବା ଭଲ। କାରଣ ଏହା ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ ପଦାର୍ଥରେ ପ୍ରସ୍ତୁତ କରାଯାଇଥାଏ। ତେଣୁ ଏହା ଶରୀର ପାଇଁ ଭଲ।