Categories: ଖେଳ

ଟୁର୍‌ ଅଫ୍‌ ପୋଲାଣ୍ଡ ସାଇକ୍ଲିଂ: ଲାମ୍ବ୍ରେଚ୍‌ଙ୍କ ମୃତ୍ୟୁ ପାଇଁ ୪ର୍ଥ ଷ୍ଟେଜ୍‌ ରେସ୍‌ ବାତିଲ

ଓ୍ବାରସ, ୬ା୮ (ଏଏଫ୍‌ପି)- ବେଲଜିୟମର ରାଇଡର ବ୍ୟର୍ଗ ଲାମ୍ବ୍ରେଚ୍‌ଙ୍କ ମୃତ୍ୟୁ କାରଣରୁ ଚଳିତ ଆୟୋଜକମାନେ ଚଳିତ ଟୁର୍‌ ଅଫ୍‌ ପୋଲାଣ୍ଡ ସାଇକେଲ ରେସ୍‌ର ଚତୁର୍ଥ ଷ୍ଟେଜ୍‌କୁ ବାତିଲ କରିଦେଇଛନ୍ତି। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଟିମ୍‌ଗୁଡ଼ିକର ସହମତି କ୍ରମେ ବ୍ୟର୍ଗଙ୍କୁ ସମ୍ମାନ ଜଣାଇ ଏହି ନିଷ୍ପତ୍ତି ନିଆଯାଇଛି। ସୋମବାର ବର୍ଷାରେ ତୃତୀୟ ଷ୍ଟେଜ ଚାଲିଥିବାବେଳେ ୨୨ବର୍ଷୀୟ ବ୍ୟର୍ଗଙ୍କ ସାଇକେଲଟି ସଡ଼କ ପାର୍ଶ୍ୱରେ ଏକ କଙ୍କ୍ରିଟ୍‌ ଷ୍ଟ୍ରକ୍ଚର ସହିତ ଧକ୍କା ହୋଇଥିଲା। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ରିବ୍‌ନିକ୍‌ ସହରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆସ୍ତ୍ରୋପଚାର ଅବସ୍ଥାରେ ତାଙ୍କର ପ୍ରାଣହାନୀ ଘଟିଥିଲା। ସୂଚନାଯୋଗ୍ୟ, ଗତ ବର୍ଷ ଜଣେ ପ୍ରଫେସନାଲ ସାଇକ୍ଲିଷ୍ଟ ଭାବେ ଲୋଟୋ ସୋଡାଲ ଟିମ୍‌ରେ ଯୋଗ ଦେବା ପୂର୍ବରୁ ଲାମ୍ବ୍ରେଚ୍‌ ୨୩ ବର୍ଷରୁ କମ୍‌ ଲିଗ୍‌-ବାଷ୍ଟୋନେ-ଲିଗ୍‌ ଜିତିଥିଲେ। ପରେ ସେ ୨୦୧୭ରେ ଟୁର୍‌ ଡେଲ୍‌’ ଆଭେନିରରେ ଟୁର୍‌ ଡି’ ଫ୍ରାନ୍ସ ବିଜେତା ଏଗାନ ବର୍ନାଲଙ୍କ ପଛକୁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

Share