ଟୁ-ଇନ୍‌-ଓ୍ବାନ ଉପାସନା

ଏପଟେ ପ୍ରଯୋଜନା ସେପଟେ ଫିଲ୍ମର ନାୟିକା ଭୂମିକାରେ ଅଭିନୟ କରିବା। ଏପରି ଦୁଇଟି ଗୁରୁ ଦାୟିତ୍ୱ ତୁଲାଇବା ସହଜ ନୁହେଁ। ହେଲେ ତାହାକୁ ସୂଚାରୂ ରୂପେ ସମ୍ପାଦନ କରିବାକୁ ଅଣ୍ଟା ଭିଡିଛନ୍ତି ଉପାସନା। ନିର୍ମାଣାଧୀନ ଓଡିଆ ସିନେମା ‘ଚୁମକି ସେ ତ ପାଣିରେ ବୁଡିବ ନାହିଁକି’ ସେ ପ୍ରଯୋଜିକା ସାଜିବା ସହ ନାୟିକା ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଭଦ୍ର ମୋଶନ ଷ୍ଟୁଡିଓ ବ୍ୟାନରରେ ଆନିଶ ଭଦ୍ରଙ୍କ ସହ ପ୍ରଯୋଜନା କରିଛନ୍ତି ନାୟିକା ଉପାସନା। ଅପରପକ୍ଷରେ ‘ଇସ୍କ ତୁ ହି ତୁ, ତୁ ମୋ ଲଭ୍‌ ଷ୍ଟୋରି, ହିରୋ ନଂ. ଓ୍ବାନ୍‌, ଓନ୍‌ଲି ପ୍ୟାର୍‌, ପ୍ରେମ କୁମାର ଏବଂ ତୁ ମୋ ଲଭ୍‌ ଷ୍ଟୋରି-୨’ର ସୋଲୋ କୋରିଓଗ୍ରାଫି କରି ଚର୍ଚ୍ଚିତ ହୋଇଥିବା ଅନ୍ୟତମ ଆଗଧାଡିର କୋରିଓଗ୍ରାଫର ଗିରିଶ୍‌ ମହାନ୍ତି ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି। ବଡ଼ ପରଦାରେ ବ୍ରେକ୍‌ ପାଇବା ପୂର୍ବରୁ ଉପାସନା କେତୋଟି ଧାରାବାହିକ ‘ଦେବୀ, ଚାନ୍ଦ ନା ତମେ ତାରା, ମାନିନୀ’ରେ ଅଭିନୟ କରିଥିଲେ। ଏହାର ବିଭିନ୍ନ ଭୂମିକାରେ ଉପାସନାଙ୍କ ବ୍ୟତୀତ ଶ୍ରେୟାନ, କୌଶିକ ମହାପାତ୍ର, ଜ୍ୟୋତି ମିଶ୍ର, ଚୌଧୁରୀ ବିକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଜ୍ଞା, ପୁଷ୍ପା ପଣ୍ଡା, ଶକ୍ତି ବରାଳ, ହାଡୁ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ।

Share