Categories: ଖେଳ

ଟେନିସ୍‌ କୋର୍ଟରେ ଫୁଟ୍‌ବଲ ଖେଳିଲେ

ହାଲେ(ଜର୍ମାନୀ),୧୯ା୬: ଏଠାରେ ଚାଲିଥିବା ହାଲେ ଓପନ ଗ୍ରାସ କୋର୍ଟ ଟୁର୍ନାମେଣ୍ଟରେ ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ବେନୋଟ ପାଇରେ ଓ ଜୋ ଓ୍ବିଲଫ୍ରେଡ ଟିସୋଙ୍ଗା ମଧ୍ୟରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ବର୍ଗର ଏକ ମ୍ୟାଚ୍‌ରେ ଦୁଇ ଖେଳାଳି ଟେନିସ ବଲ ସହ କୋର୍ଟରେ ଫୁଟ୍‌ବଲ ଖେଳିଛନ୍ତି। ପ୍ରଥମ ସେଟ୍‌ରେ ସର୍ଭିସ କରିବାବେଳେ ଦୁର୍ଭାଗ୍ୟବଶତଃ ପାଇରେଙ୍କ ହାତରୁ ର଼୍ୟାକେଟ୍‌ ଖସିଯାଇଥିଲା।ଟିସୋଙ୍ଗାଙ୍କ ଲକ୍ଷ୍ୟପୂର୍ଣ୍ଣ ରିଟର୍ନ ଶଟ୍‌ ଯୋଗୁ ଫ୍ରାନ୍ସ ଖେଳାଳି ପାଇରେ ଆଉ ର଼୍ୟାକେଟ୍‌ ଉଠାଇବାକୁ ସୁଯୋଗ ପାଇ ନ ଥିଲେ। ଏଥିଯୋଗୁ ସେ ବଲକୁ କିକ୍‌ କରିଥିଲେ। ପ୍ରତିପକ୍ଷ ଟିସୋଙ୍ଗା ଚେଷ୍ଟ୍‌ରେ ବଲକୁ ରୋକିବା ପରେ ରିଟର୍ନ କିକ୍‌ ମାରିଥିଲା। ଯାହାର ଜବାବ ମଧ୍ୟ ପାଇରେ ଦେଇଥିଲେ। ୩୪ ବର୍ଷୀୟ ଟିସୋଙ୍ଗା ଖେଳାଳି ହେଡର ଜରିଆରେ ପୁଣି ବଲକୁ ପାସ କରିଥିଲେ। କିନ୍ତୁ ଏଥର ପାଇରେ ବଲକୁ ସିଧାସଳଖ ଟିସୋଙ୍ଗାଙ୍କ ପାଖକୁ ମାରି ପାରି ନ ଥିଲେ। ଫଳରେ ସେ ପଏଣ୍ଟ ହରାଇଥିଲେ।

Share