Categories: ଖେଳ

ଟେନିସ କୋର୍ଟକୁ ଫେରିବେ ସାନିଆ

ମୁମ୍ବାଇ,୨୮।୧୧- ଭାରତୀୟ ଷ୍ଟାର ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଆସନ୍ତା ବର୍ଷ ୨୦୨୦ ଜାନୁୟାରୀରେ ହବାର୍ଟ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାରେ କୋର୍ଟକୁ ଫେରିବେ। ଏ ନେଇ ସେ ଗୁରୁବାର ସ୍ପଷ୍ଟ କରିଛନ୍ତି। ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ସେ କୋର୍ଟକୁ ଫେରିବାକୁ ଯାଉଛନ୍ତି। ୩୩ ବର୍ଷୀୟ ସାନିଆ ଅନ୍ତିମ ଥର ୨୦୧୭ରେ ଚାଇନା ଓପନରେ ଖେଳିଥିଲେ। ସେ ୟୁକ୍ରେନର ନାଡିଆ କିଚେନୋକଙ୍କୁ ସାଥୀ କରି ଖେଳିବେ। ମୁଁ ହବାର୍ଟଠାରେ ଖେଳିବି ଓ ତା’ପରେ ଅଷ୍ଟ୍ରଲିଆନ ଓପନରେ ଅଂଶଗ୍ରହଣ କରିବି। ମୁଁ ମୁମ୍ବାଇଠାରେ ଖେଳିବା ନେଇ ଯୋଜନା କରୁଛି। କିନ୍ତୁ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହିଁ ବୋଲି ୬ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ସାନିଆ କହିଛନ୍ତି। ଅଷ୍ଟ୍ରେଲିଆନ ଓପନର ମିକ୍ସଡ୍‌ ଡବଲ୍ସରେ ଆମେରିକାର ରାଜୀବ ରାମଙ୍କ ସହ ଯୋଡ଼ି ହୋଇ ସେ ଖେଳିବେ।

 

Share