Categories: ଫୁରସତ

ଟେବୁଲ୍‌ରେ ବଦଳିଯିବ ସ୍କୁଲ ବ୍ୟାଗ୍‌, ସଠିକ୍‌ ଭାବେ ବସି ପଢ଼ିପାରିବେ ପିଲା

୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ଭାରତରେ ୪ କୋଟି ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ସ୍କୁଲରେ ବେଞ୍ଚ ଡେସ୍କରେ ବସିବା ପାଇଁ ଛାତ୍ରୀଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। କିନ୍ତୁ ଏବେ ବଜାରକୁ ଏମିତି ବ୍ୟାଗ୍‌ ଆସିଛି, ଯାହାକୁ ଶ୍ରେଣୀରେ ବସିବା ସମୟରେ ଟେବୁଲ୍‌ ଭାବେ ପକାଇ ଆରାମରେ ବସି ପଢ଼ିପାରିବେ। ଭାରତର ପ୍ରୋସୋକ୍‌ ନାମକ ଏକ କମ୍ପାନୀ ଏହି ଷ୍ଟଡି ବ୍ୟାଗ୍‌ର ଡିଜାଇନ୍‌ କରିଛି। ଏହାର ନାମ ଡେସ୍‌କିଟ୍‌ ରଖାଯାଇଛି।

ବ୍ୟାଗ୍‌ରେ ଫୋଲ୍ଡିଂ ଷ୍ଟଡି ଟେବୁଲ ରହିଛି। ପଢ଼ିସାରିବା ପରେ ଏହି ଟେବୁଲକୁ ଭାଙ୍ଗି ରଖିହେବ। ବ୍ୟାଗଗୁଡ଼ିକ ବିଭିନ୍ନ ରଙ୍ଗର ରହିଥିବାବେଳେ ବହୁତ ମଜଭୁତ ଏବଂ ହାଲୁକା। ଓାଟର୍‌ ପ୍ରୁଫ୍‌ ମଧ୍ୟ। ଏହାକୁ ଅତିକମ୍‌ରେ ଦୁଇବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ। ପିଲାଙ୍କ ଉଚ୍ଚତା ଅନୁସାରେ ଏହି ଟେବୁଲକୁ ପକାଯାଇପାରିବ। କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏହି ବ୍ୟାଗ୍‌ ଯୋଗୁ ପିଲାଙ୍କର ଉତ୍ତମ ସ୍ବାସ୍ଥ୍ୟ ଗଠନ ହୋଇପାରିବ। ଅଣ୍ଟାପିଠି ଦରଜ ହେବ ନାହିଁ। ଏହି ବ୍ୟାଗ୍‌କୁ ଆମ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୨୦ ହଜାର ପିଲା ବ୍ୟବହାର କରୁଛନ୍ତି। ଏହାର ଦାମ୍‌ ୫୦୦ ଟଙ୍କାରୁ ଊର୍ଦ୍ଧ୍ୱ ରହିଛି।

Share