Categories: ଫୁରସତ

ଟେବୁଲ ଟେନିସ୍‌ ଡୋର୍‌

ଅନେକଙ୍କୁ ଟେବୁଲ ଟେନିସ୍‌ ଖେଳିବାକୁ ଭଲ ଲାଗେ। ହେଲେ ଘରେ ଏହାର ଟେବୁଲ ରଖିବାକୁ ଜାଗା ହେଉ ନ ଥିବାରୁ ମନ ମାରି ରହିବାକୁ ହୁଏ। ଏବେ କିନ୍ତୁ ଘର ଭିତରେ ଖେଳିପାରିବେ ଏହି ଖେଳ। ଆଉ ଟେବୁଲ ରଖିବାର ସମସ୍ୟା ବି ରହିବନି। କାରଣ ଏଭଳି ଏକ କବାଟ ତିଆରି ହୋଇଛି ଯାହା ଘରକୁ ସୁରକ୍ଷା ଦେବା ସହ ଏହି ଖେଳ ଖେଳିବାର ମଉକା ବି ଦେବ। କବାଟଟି ସବୁଜ ରଙ୍ଗର ଏବଂ ଏହାର ମଝିରେ ଏକ ଧଳା ରଙ୍ଗର ଗାର ଥାଏ। କବାଟ ମଝିରେ ନେଟ୍‌ ବି ଲାଗିଥାଏ। କବାଟଟି ସାଧାରଣଭାବେ ଖୋଲି ହେବା ସହ ଏହାକୁ ଉପରୁ ତଳପଟକୁ ବି ନୁଆଇଁ ହୁଏ। ଆଉ ତାହା ଦ୍ୱାରବନ୍ଧର ମଝିରେ ଭୂମି ସହ ସମାନ୍ତରଭାବେ ରହେ। ଏହି ଅବସ୍ଥାରେ କବାଟଟି ଟେବୁଲ ଟେନିସ୍‌ର ଟେବୁଲ୍‌ ପାଲଟିଯାଏ। ଫଳରେ ଦ୍ୱାରର ଏପଟେ ଏବଂ ସେପଟେ ଠିଆ ହୋଇ ଆରାମ୍‌ରେ ଟେବୁଲ ଟେନିସ୍‌ ଖେଳି ହେବ। କବାଟକୁ ଡିଜାଇନ୍‌ କରିଛନ୍ତି ଜର୍ମାନ ଡିଜାଇନର୍‌ ତୋବିଆସ୍‌ ଫ୍ରାଞ୍ଜଲ୍‌।

Share