ଟେଲିଭିଜନ ଜଗତରେ ଚହଳ ପକାଇଲେ କରିନା: ଗୋଟିଏ ଏପିସୋଡ ପାଇଁ ନେଉଛନ୍ତି ଏତିକି ପାରିଶ୍ରମିକ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ଜଜ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ଶୋ’ର ପ୍ରତି ଏପିସୋଡ ପାଇଁ ସେ ୩ କୋଟି ଟଙ୍କା ନେଇ ଟେଲିଭିଜନ ଜଗତରେ ସର୍ବାଧିକ ଟଙ୍କା ନେଉଥିବା ସେଲିବ୍ରିଟି ହୋଇପାରିଛନ୍ତି। ପ୍ରଥମଥର ପାଇଁ କରିନା ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଜରିଆରେ ଟେଲିଭଜନ ଜଗତାରେ ପାଦ ଦେଇଛନ୍ତି। ପୂର୍ବରୁ ନିଜ ପାରିଶ୍ରମିକ ବାବଦରେ ଶୋ’ର ପ୍ରଯୋଜକଙ୍କୁ ପ୍ରଥମେ ଠୋକଠୋକ ଶୁଣାଇଦେଇଥିଲେ। ଶେଷରେ ପ୍ରଯୋଜକ ଏଥିପାଇଁ ରାଜି ହୋଇଯାଇଥିଲେ। କରିନା ନିଜ ଆଗାମୀ ଫିଲ୍ମ ‘ଗୁଡ୍‌ନ୍ୟୁଜ୍‌’ରେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ।

Share