ଟେଲି ଜଗତର ବୋଲ୍ଡ ଶାଶୁମା’: ଯିଏ ୪୯ ବର୍ଷରେ ବି ରହୁଛନ୍ତି ଚର୍ଚ୍ଚାରେ

ମୁମ୍ବାଇ: ଅଭିନେତ୍ରୀ ଅଚ୍ଚିତ କୌର। ଟେଲିଭିଜନ ଜଗତର ଜଣେ ବୋଲ୍ଡ ଶାଶୁ ମା’ ହିସାବରେ ସେ ଘରେ ଘରେ ପରିଚିତ। ଏବେ ଅର୍ଚ୍ଚିତଙ୍କୁ ୪୯ ବର୍ଷ। ହେଲେ ତାଙ୍କୁ ଦେଖିଲେ ‘ଏଜ୍‌ ଇଜ୍‌ ଜଷ୍ଟ ଏ ନମ୍ବର’ ଉକ୍ତିଟି ଫିଟ୍‌ ଆସିବ ବୋଲି ଅନେକ କୁହନ୍ତି। ସେ ନିଜକୁ ଫିଟ୍‌ ରଖିବା ସହ ନିଜର ଫ୍ୟାଶନ୍‌ ସେନ୍ସକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି। ଏବେ ତାଙ୍କ ଅଭିନୀତ ଧାରାବାହିକ ‘ଜମାଇ-୨.୦’ ଜି୫ରେ ରିଲିଜ କରାଯାଇଛି। ଏଥିରେ ଅର୍ଚ୍ଚିତଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି।
ପାରମ୍ପରିକ ପୋଷାକ ହେଉ ଅଥବା ପାଶ୍ଚାତ୍ୟ, ସବୁଥିରେ ଅର୍ଚ୍ଚିତ ବେଶ ସୁନ୍ଦର ଲାଗନ୍ତି। ଏପରିକି ଶୋ’ରେ ତାଙ୍କ ଝିଅ ଭୂମିକାରେ ନଜର ଆସିଥିବା ନିଆ ଶର୍ମାଙ୍କଠାରୁ ସେ କୌଣସି ଗୁଣରେ କମ୍‌ ଲାଗୁନାହାନ୍ତି ବୋଲି କହିପାରିବା। ଅର୍ଚ୍ଚିତ ‘କୌ କି ଶାଶ୍‌ ଭି କଭି ବହୁ ଥି, ଝାନ୍ସିଂ କି ରାନୀ, କରମ ଅପନା ଅପନା’ ଭଳି ଧାରାବାହିକରେ କାମ କରିଛନ୍ତି।

Share