Advertisement

ଟେଲି ପରଦାରେ ବେବୋଙ୍କ ଡେବ୍ୟୁ: ‘ଡିଆଇଡି-୭’ରେ ଆସିବେ ନଜର

ମୁମ୍ବାଇ: ବଡ଼ ପରଦାର କଳାକାରମାନେ ଏବେ ଟେଲି ପରଦା ପ୍ରେମରେ। ଧାରାବାହିକ, ଓ୍ବେବ୍‌ସିରିଜ୍‌ ପରେ ବିଭିନ୍ନ ରିଆଲିଟି ଶୋ’ମାନଙ୍କରେ ବଡ଼ ବଡ଼ ଅଭିନେତା ତଥା ଅଭିନେତ୍ରୀମାନଙ୍କୁ ଦେଖିବାକୁ ମିଳୁଛି। ଏହି କ୍ରମରେ ବଲିଉଡ୍‌ ଡିଭା କରିନା କପୁର ଖାନ୍‌ ଟେଲି ପରଦାରେ ନିଜ ଡେବ୍ୟୁ କରିବାକୁ ଯାଉଛନ୍ତି। ନୃତ୍ୟ ଭିତ୍ତିକ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ର ଆଗାମୀ ସିଜନରେ କରିନା ବିଚାରପତି ଭାବେ ନଜର ଆସିବେ। ଧୀରଜ୍‌ ଧୁପର୍‌ ଶୋ’କୁ ହୋଷ୍ଟ କରିବାକୁ ଥିବା ବେଳେ ଅନ୍ୟ ଜଜ୍‌ ଭାବେ ବୋସ୍କୋ ମାର୍ଟିସ୍‌ ଏବଂ ରଫ୍‌ତାରଙ୍କୁ ଦେଖିବାକୁ ମିଳିବ। କରିନାଙ୍କ ଉପସ୍ଥିତି ଶୋ’କୁ ଅଧିକ ଚର୍ଚ୍ଚିତ କରିବ ବୋଲି ଆଶା କରାଯାଉଛି। ତେବେ ଏଥିପାଇଁ କରିନା ମୋଟା ଅଙ୍କର ପାଉଣା ମଧ୍ୟ ନେଉଛନ୍ତି, ଯାହାକି ଅନ୍ୟ ଅଭିନେତ୍ରୀଙ୍କଠାରୁ ଅଧିକ ବୋଲି ଜଣାପଡ଼ିଛି।

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୭ରେ କାମ କରିବାକୁ ହଁ କହିବା ପୂର୍ବରୁ ଅନେକ ଶୋ’ର ଅଫର୍‌ ମିଳିଛି ବେବୋଙ୍କୁ। ମାତ୍ର ଟେଲି ପରଦାରେ କାମ କରିବାକୁ ହେଲେ ଅଧିକ ସମୟ ଲୋଡ଼ା। ପୁଅ ତୈମୁର ଜନ୍ମ ହେବା ପରେ କରିନାଙ୍କୁ ଅତି ବେଶିରେ ଆଠ ଘଣ୍ଟା ସମୟ ମିଳୁଛି। କର୍ମଜୀବୀ ମହିଳା ହେବା ସଙ୍ଗେ ସଙ୍ଗେ ସେ ଜଣେ ମା’। ତୈମୁରଙ୍କୁ ସେ ସମୟ ଦେବାକୁ ଭୁଲନ୍ତି ନାହିଁ ବୋଲି ବେବୋ କହିଛନ୍ତି। ଡିଆଇଡି ଲୋକପ୍ରିୟ ଶୋ’। ଏହାର ନିର୍ଦ୍ଦେଶକ କରିନାଙ୍କ ସମସ୍ୟା ବିଷୟରେ ଅବଗତ ହେବା ପରେ ତାଙ୍କ ମନ ମୁତାବକ ସମୟରେ କାମ କରାଯିବ ବୋଲି କହିଥିଲେ। ଏଣୁ ଜଜ୍‌ ହେବାକୁ ଅଫର ମିଳିବା ପରେ କରିନା ଆଖି ବୁଜି ହଁ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share