ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’

ବମ୍ବେ: ଟେଲି ପରଦାର ଗ୍ଲାମରସ୍‌ ଜେଜେ ମା’ଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ସ୍ବାତୀ ଚିଟ୍‌ନିସ। ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ‘ୟେ ରିସ୍ତା କ୍ୟା କହଲାତା ହେ’ରେ ସେ ନଜର ଆସନ୍ତି। ଧାରାବାହିକରେ ପାରମ୍ପରିକ ପୋଷାକ ତଥା ସଂସ୍କାରକୁ ଜାବୁଡ଼ି ଧରିଥିବା ସ୍ବାତୀ କିନ୍ତୁ ପ୍ରକୃତ ଜୀବନରେ ଏହାର ଓଲଟା। ସେ ବେଶ ଗ୍ଲାମରସ୍‌। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍‌ ଆକ୍ଟିଭ ରୁହନ୍ତି। ଯେ କେହି ତାଙ୍କ ଇନ୍‌ଷ୍ଟା ପ୍ରୋଫାଇଲ ଦେଖିଲେ ଏହା ଜାଣିପାରିବ। ଏକାକି ଅଥବା ଅଭିନୟ ଦୁନିଆର ବନ୍ଧୁମାନଙ୍କ ସହ ବିଶେଷ ମୂହୁର୍ତ୍ତର ଅନେକ ଫଟୋ ଶେୟାର କରନ୍ତି ସ୍ବାତୀ, ଯାହାକୁ ହଠାତ୍‌ ଦେଖିଲେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପାରେ। ନିଜର ବ୍ୟସ୍ତ କର୍ମ ଜୀବନ ମଧ୍ୟରୁ ସମୟ ବାହାର କରି ପାର୍ଟି କରନ୍ତି ସ୍ବାତୀ। ଏସବୁ ଦେଖିଲେ ତାଙ୍କ ପାଇଁ ‘ଏଜ୍‌ ଇଜ୍‌ ଜଷ୍ଟ ଏ ନମ୍ବର’ ବୋଲି ଉକ୍ତି ପ୍ରଜୁଯ୍ୟ ବୋଲି କୁହାଯାଇପାରେ। ପୂର୍ବରୁ ସେ ଇସ୍‌ ପ୍ୟାର କୋ କ୍ୟା ନାମ୍‌ ଦୁଁ , ସସୁରାଲ ସିମର କା ଭଳି ହିଟ୍‌ ଧାରାବାହିକରେ କାମ କରି ବାହାବାଃ ସାଉଁଟିଛନ୍ତି। ଏଥିସହ କିଛି ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ରଜ୍ଜୋ,ରୋଡ୍‌ ଟୁ ସଙ୍ଗମ୍‌ ଆଦି ଫିଲ୍ମ ଏଥିରେ ରହିଛି।

Share