Categories: ଖେଳ

ଟେଷ୍ଟରେ କାହିଁକି ଧଳା ଶର୍ଟ ପିନ୍ଧନ୍ତି କ୍ରିକେଟର

୧୯୦୦ ମସିହା ପୂର୍ବରୁ କ୍ରିକେଟରଙ୍କ ଡ୍ରେସ୍‌ କୋଡ୍‌ ନିର୍ଦ୍ଧାରଣ ନ ଥିଲା। ସାଧାରଣ ଡ୍ରେସ୍‌ ପିନ୍ଧି କ୍ରିକେଟରମାନେ ପଡିଆକୁ ଓହ୍ଲାଉଥିଲେ। ସେ ସମୟରେ କେବଳ ଟେଷ୍ଟ କ୍ରିକେଟ ଖେଳାଯାଉଥିଲା। ପ୍ରତି ଟେଷ୍ଟ ମ୍ୟାଚ୍‌ ୬ ଦିନ ଯାଏ ସକାଳୁ-ସନ୍ଧ୍ୟା ପର୍ଯ୍ୟନ୍ତ ଖେଳା ଯାଉଥିଲା। ଟେଷ୍ଟ ମ୍ୟାଚ୍‌ ଖରାରେ ଖେଳାଯାଉଥିବାରୁ ଖେଳାଳିମାନେ ଅଧିକ କ୍ଲାନ୍ତ ଅନୁଭବ କରୁଥିଲେ। ଖେଳାଳିଙ୍କୁ ଖରା ଦାଉରୁ ରକ୍ଷା କରିବା ପାଇଁ ଧଳା ଡ୍ରେସ୍‌ କୋଡ୍‌ ଲାଗୁ କରାଯାଇଥିଲା। ଧଳା ଡ୍ରେସ୍‌ ପିନ୍ଧିବା ଦ୍ୱାରା ଖେଳାଳିମାନେ ଆରାମ ଅନୁଭବ କଲେ। ଇଂଲଣ୍ଡର ଖେଳାଳିମାନେ ପ୍ରଥମେ ଧଳା ଡ୍ରେସ୍‌ ପିନ୍ଧି ଖେଳିବା ଆରମ୍ଭ କରିଥିଲେ। ଧୀରେ ଧୀରେ ଗୋବ୍ସ, ପ୍ୟାଡ୍‌ ମଧ୍ୟ ଧଳା ରଙ୍ଗ ରହିବାର ନିୟମ କରାଯାଇଥିଲା।

Share