Categories: ଖେଳ

ଟେଷ୍ଟରେ ପଦାର୍ପଣ କରିବେ ଭାରତୀୟ ଅମ୍ପାୟର ମେନନ

ମୁମ୍ବାଇ,୨।୯(ପିଟି): ଭାରତୀୟ ଅମ୍ପାୟର ନିତୀନ ମେନନ ଟେଷ୍ଟ ମ୍ୟାଚ୍‌ରେ ପଦାର୍ପଣ କରିବାକୁ ଯାଉଛନ୍ତି। ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଡେରାଡୁନଠାରେ ନଭେମ୍ବର ୨୭ ତାରିଖଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ସେ ଅନ୍ତର୍ଜାତୀୟ ଟେଷ୍ଟ ପଦାର୍ପଣ କରିବେ। ବିସିସିଆଇ ଅନୁଯାୟୀ, ନିତୀନ ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟର ନରେନ୍ଦ୍ର ମେନନଙ୍କ ପୁଅ। ସେ ବାପାଙ୍କ ପଥରେ ଚାଲି ରାଜ୍ୟ ପାନେଲ ଅମ୍ପାୟର ହୋଇଥିଲେ। ୨୦୦୬ରେ ସର୍ବଭାରତୀୟ ଅମ୍ପାୟର ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୦୭-୦୮ ସିଜନରୁ ଘରୋଇ କ୍ରିକେଟ ମ୍ୟାଚ୍‌ ପରିଚାଳନା କରିବା ଆରମ୍ଭ କରିଛନ୍ତି। ୫୭ ପ୍ରଥମ ଶ୍ରେଣୀ ବ୍ୟତୀତ ନିତୀନ ୨୨ ଅନ୍ତର୍ଜାତୀୟ ଦିନିକିଆ, ୯ ଟି୨୦ ଓ ୪୦ ଆଇପିଏଲ ମ୍ୟାଚ୍‌ରେ ଅମ୍ପାୟର ଦାୟିତ୍ୱ ତୁଲାଉଛନ୍ତି। ଆଇସିସି ପ୍ୟାନେଲରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଥିବା ନିତୀନ ବିସିସିଆଇକୁ ସାହାଯ୍ୟ ପାଇଁ ଧନ୍ୟବାଦ୍‌ ଜଣାଇଛନ୍ତି।

Share