Categories: ଖେଳ

ଟେଷ୍ଟ ସିରିଜ୍‌ ପୂର୍ବରୁ ନ୍ୟୁଜିଲାଣ୍ଡରେ ଛୁଟି କାଟୁଛନ୍ତି ବିରାଟବାହିନୀ

ଅକଲାଣ୍ଡ,୧୩।୨: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଟି୨୦ ସିରିଜକୁ ୫-୦ରେ କ୍ଲିନ୍‌ସୁଇପ୍‌ କରିବା ପରେ ୩-୦ରେ ଦିନିକିଆ ସିରିଜ ପରାଜୟବରଣ କରିଛି ଟିମ୍‌ ଇଣ୍ଡିଆ। ଫେବୃୟାରୀ ୨୧ରୁ ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳାଯିବାକୁ ଥିବାବେଳେ ଏହାପୂର୍ବରୁ ବିରାଟବାହିନୀ ରିଲାକ୍ସ ମୁଡ୍‌ରେ ନଜର ଆସିଛନ୍ତି। ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଛୁଟି କାଟୁଥିବାବେଳେ ଅନ୍ୟ ଖେଳାଳିମାନେ ମଧ୍ୟ ନ୍ୟୁଜିଲାଣ୍ଡର ବିଭିନ୍ନ ସ୍ଥାନ ବୁଲିଯାଇ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି। ମହମ୍ମଦ ସାମି, ନବଦୀପ ସଇନି, ଚେତେଶ୍ୱର ପୂଜାରା, ଜଶପ୍ରୀତ ବୁମ୍‌ରା ଭଳି ଖେଳାଳି ଟିମ୍‌ ମ୍ୟାନେଜମେଣ୍ଟ ସହ ନଜର ଆସିଥିଲେ।

Share