ଟୋକନ ବିବାଦ: ସିଏସଓ ଅଫିସରେ ତାଲା ପକାଇଲେ ଚାଷୀ

ବରଗଡ ଅଫିସ,୧୯।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ ବଢିବାରେ ଲାଗିଛି। ଏହିକ୍ରମରେ ମଙ୍ଗଳବାର ବରଗଡ ଜିଲା ଯୋଗାଶ ଅଧିକାରୀ(ସିଏସଓ)ଙ୍କ କାର୍ଯାଳୟରେ ଚାଷୀମାନେ ତାଲା ପକାଇଛନ୍ତି। ଅଫିସ ଭିତରକୁ ଧସେଇ ପଶି ଚାଷୀମାନେ ସେଠାରେ ବସିଥିବା ଡିଆରସିଏସ ଭକ୍ତବନ୍ଧୁ ସାହୁ, ଏଆରସିଏସ ଶରତ ଚନ୍ଦ୍ର ପାଣିଗ୍ରାହୀ, ଏସିଏସଓ ଡି. ସି ଭେସ୍ରାଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଅଫିସ ଭିତରୁ ବାହାର କରି ଦେଇଥିଲେ ଏବଂ ତାଲା ପକାଇଥିଲେ। ଓଡିଶା ରାଜ୍ୟ କୃଷକ ସଂଗଠନର ସଭାପତି ଗୌରଚନ୍ଦ୍ର ଖମାରୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏଥିରେ ସାମିଲ ଅଛନ୍ତି।