ସମ୍ବଲପୁର,୧୯ା୧୧(ବ୍ୟୁରେ): ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁର ଜିଲାର ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନର ଦ୍ୱିତୀୟ ଦିନରେ ଅର୍ଥାତ୍ ମଙ୍ଗଳବାର ସକାଳୁ ଜିଲାର ୩ ବିଧାୟକ ନାଉରୀ ନାୟକ(ରେଙ୍ଗାଲି), ରୋହିତ ପୂଜାରୀ(ରେଢ଼ାଖୋଲ) ଓ ଜୟ ମିଶ୍ର(ସମ୍ବଲପୁର)ଙ୍କ ଘର ଆଗରେ ଧାନ ଗାଡି ରଖି ଚାଷୀମାନେ ବିକ୍ଷୋଭ କରିଛନ୍ତି। ଶତାଧିକ ଚାଷୀ ନାରାବାଜି ଦେଇ ସରକାର ଏହି ନିୟମ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି।