ଟୋକନ ବ୍ୟବସ୍ଥାରେ ଅସୁବିଧା ଭୋଗୁଛନ୍ତି ଚାଷୀ: କଂଗ୍ରେସ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ରାଜ୍ୟ ସରକାର ଚଳିତବର୍ଷ ଧାନ ବିକ୍ରି ପାଇଁ ଟୋକନ୍‌ ବ୍ୟବସ୍ଥା କରିଥିବାରୁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏଥର ଧାନ କ୍ରୟ ବ୍ୟବସ୍ଥାରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ଏକ ତଥ୍ୟ ଅନୁଧ୍ୟାନକାରୀ କମିଟି ଗଠନ ହୋଇଥିଲା। ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ଆବାହକତ୍ୱରେ ଗଠିତ ଏହି ୫ଜଣିଆ ଟିମ୍‌ ଇତିମଧ୍ୟରେ ସୁବର୍ଣ୍ଣପୁର, ବଲାଙ୍ଗୀର ଓ ବରଗଡ଼ ଜିଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି। ମଣ୍ଡି ପରିଦର୍ଶନ ସମୟରେ ଏହି ଟିମ୍‌ ଚାଷୀଙ୍କଠାରୁ ଟୋକନ୍‌ ପ୍ରକ୍ରିୟାରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଛନ୍ତି ବୋଲି ସେ କହିଛନ୍ତି।

Share