Categories: ଫୁରସତ

ଟୋକିଓର ଭାମ୍ପାୟର୍ସ କାଫେ

ଖାଦ୍ୟ ସହ ଯଦି ଆଡ୍‌ଭେଞ୍ଚରର ମଜା ନେବାକୁ ଚାହାନ୍ତି ତେବେ ଏହି ସ୍ଥାନ ଆପଣଙ୍କ ପାଇଁ ନିହାତି ଭାବେ ଏକ ଉପଯୁକ୍ତ ସ୍ଥାନ, ଯାହାର ନାଁ ହେଉଛି ‘ଭାମ୍ପାୟର୍ସ କାଫେ’। ଟୋକିଓର ଗିଞ୍ଜାଠାରେ ଥିବା ଏହି ଭାମ୍ପାୟର ଥିମ୍‌ କାଫେ ଅନେକ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। କଳା ଏବଂ ନାଲି ରଙ୍ଗର ଇଣ୍ଟେରିୟର ସାଙ୍ଗକୁ କାର୍ଯ୍ୟରତ ଓ୍ବେଟରମାନଙ୍କ ଡ୍ରାକୁଲା ବେଶପୋଷାକ ଏକ ଭୟାତୁର ପରିବେଶ ସୃଷ୍ଟି କରିଥାଏ । ଏଠାରେ ପରଷାଯାଉଥିବା ଖାଦ୍ୟର ନାଆ ଏବଂ ସାଜସଜ୍ଜା ଶୈଳୀ ମଧ୍ୟ ଏହି ଥିମ୍‌ ଉପରେ ଆଧାରିତ। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ରକ୍ତ ଭଳି ଦେଖାଯାଉଥିବା ନାଲି ରଙ୍ଗର ପାନୀୟକୁ ଓ୍ବେଲକମ୍‌ ଡ୍ରିଙ୍କ୍ସ୍‌ ଭାବେ ପରଷା ଯାଇଥାଏ। ସେହିଭଳି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥକୁ ମଣିଷ ଖପୁରି ଭଳି ପାତ୍ର ତଥା ରକ୍ତ ଭିଜା ଭଳି ପ୍ରତୀୟମାନ ହେଉଥିବା ପ୍ଲେଟ, ଗ୍ଲାସ୍‌ ଆଦିରେ ପରଷା ଯାଇଥାଏ। କମ୍‌ ଆଲୋକଯୁକ୍ତ ଏହି ଭୟାତୁର ସ୍ଥାନରେ ରାତ୍ରୀ ଭୋଜନର ମଜା ନେବା ଲାଗି ପ୍ରତ୍ୟେକ ଦିନ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମେ।

Share