ଟୋକିଓ,୨୪।୭(ଏପି)- ଟୋକିଓ ଅଲିମ୍ପିକ୍ସକୁ ଆଉ ଠିକ୍ ଏକ ବର୍ଷ ରହିଲା। ଏହି ଅବସରରେ ଆୟୋଜକ କମିଟି ଅଲିମ୍ପିକ୍ସ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ବୁଧବାର ଉନ୍ମୋଚିତ କରିଛି। କ୍ରୀଡ଼ା ପ୍ରଶଂସକ, ସ୍ପନ୍ସର ଓ ରାଜନେତାମାନେ ଦେଶର ରାଜଧାନୀଠାରେ ହାତରେ ପ୍ଲାକାଡର୍ସ ଓ ଘଣ୍ଟା ଧରି ଉତ୍ସବ ପାଳିଛନ୍ତି। ଟୋକିଓ ଅଲିମ୍ପିକ୍ସ ଇଭେଣ୍ଟର ଉଦ୍ଘାଟନୀ ଦିବସ ଆସନ୍ତା ବର୍ଷ ଜୁଲାଇ ୨୪ ତାରିଖରେ ଅନୁଷ୍ଠିତ ହେବ। ୧୯୭୬ ଗେମ୍ସର ଫେନ୍ସିଂ ସ୍ବର୍ଣ୍ଣ ପଦକ ବିଜେତା ଓ ଆଇଓସି ସଭାପତି ଥୋମାସ ବେକ୍ ଉପସ୍ଥିତ ଥିଲେ। ଦିନ ସାରା ଚାଲିବାକୁ ଥିବା ଏହି ଉତ୍ସବରେ ଜାପାନର ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗଦେବା ନେଇ ଯୋଜନା ରହିଛି। ଇଭେଣ୍ଟ ଆୟୋଜନ ଲାଗି ଟୋକିଓ ସହରରେ ୨୦ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଧାର୍ଯ୍ୟ କରାଯାଇଛି। ୮ଟି ଭେନ୍ୟୁ ମଧ୍ୟରୁ ୫ ଷ୍ଟାଡିୟମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛି।