ଟୋଲ୍‌ଗେଟ୍‌ ଉଚ୍ଛେଦ ଦାବିରେ ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ ପାଳନ

ଝାରସୁଗୁଡା ଅଫିସ/ଲଖନପୁର,୧୫।୧୧(ଡି.ଏନ୍‌.ଏ): ଝାରସୁଗୁଡା ଜିଲା ବ୍ରଜରାଜନଗର ଅଧୀନ ୪୯ ନଂ. ଜାତୀୟ ରାଜପଥ ଗାନ୍ଧୀଛକ ନୂଆଡିହୀ ଟୋଲ୍‌ଗେଟ୍‌ ଉଚ୍ଛେଦ ଦାବିରେ ସ୍ଥାନୀୟ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଜାରି ରହିଛି । ଏହାର ପ୍ରଭାବରେ ବ୍ରଜରାଜନଗର ପୌରାଞ୍ଚଳରେ ରହିଥିବା ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଟୋଲ୍‌ଗେଟ୍‌ ଉଚ୍ଛେଦ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ମଞ୍ଚ ଚେତାବନୀ ଦେଇଛି ।