ଆଗ୍ରା,୭ା୭: ଭାଜପା ନେତାମାନଙ୍କ ହିଂସାକାଣ୍ଡକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେତାବନୀ ଦେବାର ୩ ଦିନ ପରେ ଦଳର ଜଣେ ଏମ୍ପିଙ୍କ ଉପସ୍ଥିତିରେ ତାଙ୍କ ଅଙ୍ଗରକ୍ଷୀ ଟୋଲ୍ ପ୍ଲାଜା କର୍ମଚାରୀଙ୍କୁ ମାଡ଼ ମାରିବା ସହ ଫାଙ୍କା ଗୁଳିଚାଳନା କରିଛନ୍ତି। ଏହି ଆକ୍ରମଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଏମ୍ପି ରାମଶଙ୍କର କାଠେରିଆ ଏହାକୁ ଅସ୍ବୀକାର କରିଛନ୍ତି। ଟୋଲ ପ୍ଲାଜା କର୍ମଚାରୀ ତାଙ୍କ ଅଙ୍ଗରକ୍ଷୀଙ୍କୁ ଆକ୍ରମଣ କରିବାରୁ ସେ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲେ ବୋଲି କାଠେରିଆ କହିଛନ୍ତି। ଏଟଓ୍ବା ଏମ୍ପି କାଠେରିଆ ଆକ୍ରମଣ ସମୟରେ ଘଟଣାସ୍ଥଳରେ ଥିଲେ ବୋଲି ଟୋଲ୍ ପ୍ଲାଜା କର୍ମଚାରୀମାନେ କହିଛନ୍ତି।