ଟ୍ବିଙ୍କିଲ୍‌ କାନରେ ପିନ୍ଧିଲେ ପିଆଜ ଇୟର ରିଙ୍ଗ୍‌

ମୁମ୍ବାଇ: ପିଆଜ ଦାମ ଆକାଶ ଛୁଆଁ ହୋଇଛି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବହୁ ରୋଚକ ଫଟୋ ଶେୟାର କରାଯାଉଛି। ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନାଙ୍କୁ ତାଙ୍କ ସ୍ବାମୀ ଖିଲାଡ଼ି ବୟ ଅକ୍ଷୟ କୁମାର ପିଆଜରେ ନିର୍ମିତ ଇୟର ରିଙ୍ଗ ଉପହାର ଦେଇଛନ୍ତି। ଏହାକୁ ଟ୍ବିଙ୍କିଲ୍‌ ଆତି ସରାଗରେ କାନରେ ପିନ୍ଧିଛନ୍ତି। ଏବେ ଟ୍ବିଙ୍କିଲ୍‌ ପିଆଜ ଇୟର ରିଙ୍ଗ୍‌ ପିନ୍ଧିଥିବା ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share