Advertisement
Categories: ରାୟଗଡା

ଟ୍ରକକୁ ଧକ୍କା ଦେଲା କାର: ଜଣେ ମୃତ, ଗୋଟିଏ ପରିବାରର ୫ ଆହତ

ରାୟଗଡା ଅଫିସ୍‌, ୨୦।୬- ରାୟଗଡା ସହରର ସିରିଗୁଡାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ପରିବାରର ୫ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ମାନସ ରଞ୍ଜନ ଦାଶ(୪୦)। ଆହତ ହୋଇଥିବା ଟି.ଲକ୍ଷ୍ମୀନାରାୟଣ, ତାଙ୍କ ସ୍ତ୍ରୀ କେ.ଗଙ୍ଗୋତ୍ରି, ଝିଅ ଟି.ସାହଜା(୧୨), ଟି.ସାଇଶ୍ରୀ(୯) ଏବଂ ପୁଅ ଟି.ସ୍ମରଣ(୬)ଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ମାନସ କୋରାପୁଟ ଜିଲା କାକିରିଗୁମା ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଆହତ କେ.ଗଙ୍ଗୋତ୍ରି ମଧ୍ୟ ସେହି ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି । ସମସ୍ତେ ଦାମନଯୋଡ଼ିରୁ ଏକ କାର (ନମ୍ବର ଓଡି.୧୦.ଡି-୫୭୫୯) ଯୋଗେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦର୍ଶନ ନିମନ୍ତେ ଆସିଥିଲେ । କାରଟି ରାୟଗଡା ସହର ଉପକଣ୍ଠସ୍ଥ ସିରିଗୁଡା ନିକଟ ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତାକଡରେ ଥିବା ଏକ ଟ୍ରକ୍‌ (ନମ୍ବର ଓଡି.୧୮.ବି-୫୦୯୮)କୁ ଧକ୍କା ଦେଇଥିଲା । ଫଳରେ ଶିକ୍ଷକ ମାନସରଞ୍ଜନଙ୍କ ଘଟଣାସ୍ଥଳରେ ମୃତ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ହୋଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଆହତଙ୍କ ମଧ୍ୟରେ ଟି.ସ୍ମରଣ ଓ କେ.ଗଙ୍ଗୋତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel