ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଜାଇଲୋ: ୪ ମୃତ, ୫ ଗୁରୁତର

ବାଲେଶ୍ୱର ଅଫିସ, ୨୩।୩: ପଶ୍ଚିମବଙ୍ଗ ଦାନ୍ତୁନ୍‌ ଥାନା ଅନ୍ତର୍ଗତ ନେକୁରସୁନି ଏନ୍‌ଏଚ୍‌ ୬୦ରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଗୁରୁତର ହୋଇଛନ୍ତି ।
ପ୍ରକାଶ ଯେ, ଏକ ଜାଇଲୋ ଯୋଗେ ୯ଜଣ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲେ। ନେକୁରସୁନି ଏନ୍‌ଏଚ୍‌ ୬୦ରେ ଉପରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଜାଇଲୋଟି ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଗୁରୁତର ୫ଜଣଙ୍କୁ ସ୍ଥାନୀୟ ବେଲ୍‌ଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ଘର ଓଡ଼ିଶାର ସିମୁଳିଆ, ଖଇରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଉଭୟ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଦାନ୍ତୁନ୍‌ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

Share